ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ଗ୍ରାମର ପ୍ରତାପ ଜେନା(୭୨)ଙ୍କର ସାପ କାମୁଡ଼ାରେ ମତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଶନିବାରି ବିଳମ୍ବିତ ରାତିରେ ଶୋଇଥବା ଅବସ୍ଥାରେ ତାଙ୍କୁ ସାପ କାମୁଡ଼ି ଦେବାରୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଦାୟିତ୍ୱରେ ଥିବା ଡାକ୍ତର ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମତ୍ୟୁଘଟିଛି। ବର୍ଷା ଋତୁ ହୋଇଥିବାରୁ ବନ୍ୟା ଯୋଗୁ ସରୀସୃପ ମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ଫଳରେ ଜନସାଧାରଣଙ୍କୁ ଅଧିକ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।