ବିବାହକୁ ନେଇ ଆସିଲା ଅପଡେଟ୍‌, ବଡ଼ ସୂଚନା ଦେଲେ ପଲାଶଙ୍କ ମା’

ନୂଆଦିଲ୍ଲୀ,୨୮।୧୧: ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ବିଷୟରେ ପ୍ରଶଂସକମାନେ ଏବେ ବି ଅନୁମାନ କରୁଛନ୍ତି। ବିବାହ ଦିନ ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଗଲା। ହୃଦଘାତ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ବିବାହ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଥିଲା। ଚାପ ଯୋଗୁଁ ପଲାଶଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା ଏବଂ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା।

ବର୍ତ୍ତମାନ ସ୍ମୃତିଙ୍କ ବାପା ଏବଂ ପଲାଶ ଉଭୟଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବାରୁ, ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଶୀଘ୍ର ଏକ ନୂତନ ବିବାହ ତାରିଖ ପ୍ରକାଶ ପାଇବ। ଏହି ସମୟରେ, ପଲାଶଙ୍କ ମାଆ ଅମିତା ମୁଛଲ ବିବାହ ସମ୍ପର୍କରେ ଏକ ବୟାନ ଦେଇଛନ୍ତି।

ପଲାଶଙ୍କ ମାଆ ଅମିତା କହିଛନ୍ତି, ସ୍ମୃତି ଏବଂ ପଲାଶ ଉଭୟ ବହୁତ ଯନ୍ତ୍ରଣା ଅନୁଭବ କରୁଛନ୍ତି। ପଲାଶ ତାଙ୍କ କନ୍ୟାକୁ ଘରକୁ ଆଣିବାର ସ୍ବପ୍ନ ଦେଖିଥିଲେ। ମୁଁ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ବାଗତ ଯୋଜନା ମଧ୍ୟ କରିଥିଲି… ସବୁକିଛି ଠିକ ହେବ, ବିବାହ ଖୁବ ଶୀଘ୍ର ହେବ।

ସେମାନଙ୍କ ବୟାନ ସ୍ପଷ୍ଟ କରେ ଯେ ବିବାହ ବାତିଲ ହୋଇନାହିଁ, ବରଂ କେବଳ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଉଭୟ ପରିବାର ପାଇଁ ପ୍ରାଥମିକତା ହେଉଛି ସେମାନଙ୍କ ସ୍ବାସ୍ଥ୍ୟ, କିନ୍ତୁ ବିବାହ ଦୃଢ଼ ଭାବରେ ସ୍ଥିର ରହିଛି।

ବିବାହ ସ୍ଥଗିତ ହେବା ପରେ, ସ୍ମୃତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ବିବାହ ସମ୍ବନ୍ଧୀୟ ପ୍ରାୟ ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି। ଏହି ପଦକ୍ଷେପ ସୋସିଆଲ ମିଡିଆରେ ବ୍ୟାପକ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ତଥାପି, ପଲାଶଙ୍କ ମାଆଙ୍କ ବୟାନ ଏବେ ଏହାର ଅନ୍ତ ଘଟାଇଛି।

 

Dharitri – The Largest & Most Trusted Odia Daily