ନୂଆଦିଲ୍ଲୀ,୨୯।୧୧: ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ରହିଛି। ନଭେମ୍ବର ୨୩ରେ ଅନୁଷ୍ଠିତ ହେବାକୁ ଥିବା ଏହି ବିବାହକୁ ସ୍ମୃତିଙ୍କ ବାପା ଏବଂ ପଲାଶଙ୍କ ସ୍ବାସ୍ଥ୍ୟାବସ୍ଥା ଯୋଗୁ ଶେଷ ମୂହୁର୍ତ୍ତରେ ସ୍ଥଗିତ ରଖାଯାଇଥିଲା।
ଏହା ପରେ ପଲାଶଙ୍କୁ ନେଇ ବିବାହ ଦେଖାଯାଇଥିଲା। ପଲାଶଙ୍କ ଜଣେ କୋରିଓଗ୍ରାଫରଙ୍କ ସହିତ ପ୍ରେମସମ୍ପର୍କ ଥିଲା। ଦୁହଁିଙ୍କ ଚାଟ୍ ଭାଇରାଲ୍ ହୋଇଥିଲା। ଏହି ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିବା ପରେ ସ୍ମୃତି ଇନଷ୍ଟାଗ୍ରାମରେ ନିର୍ବନ୍ଧ ଫଟୋ ଡିଲିଟ କରିଦେଇଥିଲେ। ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ପଲାଶ ଏବଂ ସ୍ମୃତି କୌଣସି ସ୍ପଷ୍ଟ ବୟାନ ଦେଇନାହାଁନ୍ତି, କିନ୍ତୁ ସେମାନେ ସବୁକିଛି ସମ୍ପର୍କରେ ଇଙ୍ଗିତ କରିଛନ୍ତି। ଉଭୟେ ସେମାନଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ‘ନଜର’ ଇମୋଜି ଯୋଡ଼ିଛନ୍ତି। ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ, ସେମାନଙ୍କ ସମ୍ପର୍କରେ ନଜର ଲାଗିଯାଇଛି। ପ୍ରତାରଣାର ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା।
ପଲାଶ ମୁଛଲ ମଧ୍ୟ ଚିକିତ୍ସାଧୀନ ଅଛନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ କୌଣସି ଅପଡେଟ ହୋଇନାହିଁ। ପଲାଶଙ୍କ ମାଆ ମଧ୍ୟ ଖୋଲାଖୋଲି ଭାବରେ କହିଛନ୍ତି, ସ୍ମୃତି ସେମାନଙ୍କର ବୋହୂ ହେବେ।