ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ୨୪ ଘଣ୍ଟାରେ ୯୧୭ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୦।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଏହା ହଜାରେ ତଳେ ରହିଛି। ଗତ ୨୪ ଘଣ୍ଟାରେ ଏହା ୯୧୭ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧,୦୭୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ଥିଲା।

ଏହି ସମୟରେ ସକ୍ରିୟ ମାମଲା ୬ ହଜାର ଉପରେ ରହିଛି। ଏହା ୬ ହଜାର ୩୫୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୫ ହଜାର ୯୧୫ ଥିଲା। ସେହିପରି ୨୪ ଘଣ୍ଟାରେ ୪୭୯ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫୪୨ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୦୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୯୬ ହଜାର ୩୩୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୯ ହଜାର ୧୮୨ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share