ଶୋଇଥିଲେ ସ୍ବାମୀ-ସ୍ତ୍ରୀ: ଘରେ ପଶିଲେ ୫ ମୁଖା ପିନ୍ଧା ଯୁବକ, ଆଉ ତା’ପରେ…

ଲଇକେରା,୩।୩(ରଞ୍ଜନ କୁମାର ମେହେର): ଲଇକେରା ଥାନା ତାଳମୁଣ୍ଡାଠାରେ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି ସୁନା ଅଳଙ୍କାର। ସୂଚନା ଅନୁସାରେ, ତାଳମୁଣ୍ଡା ଗ୍ରାମର ପ୍ରକାଶ ନାଏକ ଓ ପତ୍ନୀ ଝିଲି ନାଏକ ଘରେ ଶୋଇଥିବା ବେଳେ ରାତ୍ରି ପ୍ରାୟ ୧ ଘଣ୍ଟା ସମୟ ରେ ୫ ଜଣ ମୁଖା ପିନ୍ଧା ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶି ଥିଲେ । ଦୁଇ ଜଣକ ହାତ ଗୋଡ ବାନ୍ଧି ଦେଇ ଖଣ୍ଡା , ବନ୍ଧୁକର ଭୟ ଦେଖାଇ ଘରେ ରଖିଥିବା ୭ ଲକ୍ଷ ଟଙ୍କା ସହିତ ପିନ୍ଧି ଥିବା ସୁନା ଗହଣା ଓ ଆଲମାରୀ ଭିତର ଥିବା ସୁନା ଗହଣା ନେଇ ପଳେଇ ଯାଇଥିଲେ। ଡକାୟତଙ୍କ ଖଣ୍ଡାର ଆକ୍ରମଣରେ ପ୍ରକାଶ ନାଏକଙ୍କ ଦୁଇ କାନ୍ଧରେ କ୍ଷତ ହୋଇଥିବାବେଳେ ଦୁଇ ଜଣଙ୍କର ମୋବାଇଲକୁ କଚାଡି ଭାଙ୍ଗି ଦେଇଥିଲେ। ୨୦ ମିନିଟ ଭିତରେ ଘରର କଳା କନା ବୁଲାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଝାରସୁଗୁଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଏସଡିପିଓ ଉମାଶଙ୍କର ସିଂ, ଲଇକେରା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେରଙ୍କ ସମେତ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

 

Share