ଫେସ୍‌ବୁକ୍‌ ଖୋଲିଲେ ଚାପୁଡ଼ା

ସୋସିଆଲ ମିଡିଆ ମଧ୍ୟରୁ ଫେସ୍‌ବୁକ ହେଉଛି ଅନ୍ୟତମ। ଏହା ୟୁଜରମାନଙ୍କର ସବୁଠୁ ପସନ୍ଦ। ମାତ୍ର ଜଣେ ବ୍ୟକ୍ତି ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ମହିଳାଙ୍କୁ ୨୦୧୨ରୁ ନିଯୁକ୍ତି ଦେଇଛନ୍ତି। କାରଣ ଯେତେବେଳେ ସେ ଫେସ୍‌ବୁକ୍‌ ଖୋଲି ସମୟ ନଷ୍ଟ କରିବେ ମହିଳା ଜଣକ ତାଙ୍କୁ ଚାପୁଡ଼ା ମାରିବେ।

ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ମନୀଷ ସେଠୀ ପ୍ରତ୍ୟେକ ଥର ଫେସ୍‌ବୁକ୍‌ ଖୋଲିବା ସମୟରେ ତାଙ୍କୁ ଚାପୁଡ଼ା ମାରିବା ପାଇଁ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି।

ଏକ ପୋଷାକ ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ମନୀଷ ମୋବାଇଲରେ ଫେସ୍‌ବୁକ୍‌ ଖୋଲିଲେ ମହିଳା ଜଣକ ତାଙ୍କୁ ଚାପୁଡ଼ା ମାରିଥାନ୍ତି। ପ୍ରତି ଘଣ୍ଟାରେ ଥରେ ମହିଳା ଜଣକ ମନୀଷଙ୍କୁ ଚାପୁଡ଼ା ମାରିଥାନ୍ତି। ୨୦୧୨ରୁ ମହିଳା ଜଣକ ଏହି କାମ କରିଆସୁଛନ୍ତି। ଆଜି ଏହା ଚର୍ଚ୍ଚାକୁ ଆସିଛି। କାରଣ ୯ ବର୍ଷ ପରେ ଟେସ୍‌ଲା ସିଇଓ ଏଲୋନ ମସ୍କ ଦୁଇଟି ଫାୟାର ଇମୋଜି ବ୍ୟବହାର କରି ଏହାର ପ୍ରତିକ୍ରିୟା ଦେଇଛନ୍ତି। ୨୦୧୨ରେ ମନୀଷ ଏକ ବିଜ୍ଞାପନ ଦେଇଥିଲେ। ଏଥିରେ ଲେଖିଥିଲେ, ଯେତେବେଳେ ମୁଁ ସମୟ ନଷ୍ଟ କରିବି, ତୁମେ ମୋତେ ପାଟିକରିବା ସହ ଚାପୁଡ଼ା ମାରିବ।

ମନୀଷଙ୍କ ଏହି କାମ ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ ବୋଲି ୟୁଜରମାନେ ପ୍ରତିକ୍ରିୟାରେ କହିଛନ୍ତି।