Categories: Home Leftଖେଳ

ଟସ୍‌ ଜିତି ଶ୍ରୀଲଙ୍କାର ଦମ୍‌ଦାର ବ୍ୟାଟିଂ: ୬୧/୦

ଲକ୍ଷ୍ନୌ,୧୬।୧୦: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ବକପର ୧୪ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୧୧ ଓଭର ଖେଳ ସୁଦ୍ଧା ଶ୍ରୀଲଙ୍କା ବିନା କୌଣସି ଉଇକେଟ ହରାଇ ୬୧ ରନ୍‌ କରିଛି।

ଶ୍ରୀଲଙ୍କା ଦୁଇ ଓପନର ପଥୁମ ନିଶଙ୍କ ୩୭ ବଲ୍‌ରେ ୩୧ ରନ୍‌ କରିଥିବା ବେଳେ କୁସାଲ ପେରେରା ୪୧ ବଲ୍‌ରେ ୩୪ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଫଳରେ ଶ୍ରୀଲଙ୍କା ଏବ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେବ ବୋଲି ଆଶା କରାଯାଉଛି।