Categories: ବାଣିଜ୍ୟ

ସ୍କୋଡାର ନୂଆ କୁସାକ୍‌ ମଣ୍ଟେ କାର୍ଲୋ

ନୂଆଦିଲ୍ଲୀ,୧୦ା୫ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ କୁସାକ ମଣ୍ଟେ କାର୍ଲୋର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ମଣ୍ଟେ କାର୍ଲୋ ଗ୍ଲାମରରେ ଭରପୂର ରହିଛି, ଏହା ଆପଣଙ୍କୁ ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିବ। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ଡାଇରେକ୍ଟର, ଜାକ୍‌ ହୋଲିସ୍‌ କହିଛନ୍ତି, ଆମର ନିକଟରେ ହାସଲ କରିଥିବା ସଫଳତା ଓ ଆମର ସ୍କୋଡାର ଆଦୃତି ଓ ଲୋକପ୍ରିୟତାକୁ ପ୍ରମାଣିତ କରିଛି। ମଣ୍ଟେ କାର୍ଲୋ ହେଉଛି ଏକ କାର୍‌ ଯାହା ସଭିଙ୍କ ହୃଦୟକୁ ଆକର୍ଷିତ କରିଥାଏ। ଏହାର ଆଭ୍ୟନ୍ତରୀଣ ତଥା ବାହ୍ୟ ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ମନୋମୁଗ୍ଧକର। କମ୍ପାନୀର ଏହି ମଡେଲ ଏକ ଉତ୍କୃଷ୍ଟ ଲାଇଫ ଷ୍ଟାଇଲ ପ୍ରଦାନ କରିଥାଏ। ଏହା ଏକ ଅତୁଳନୀୟ ଷ୍ଟାଇଲ୍‌ ମଧ୍ୟ ପ୍ରଦାନ କରେ ଓ ଗ୍ରାହକମାନେ ଏହାକୁ ଚଳାଇ ଏକ ଚମତ୍କାର ଅନୁଭୂତି ପାଇ ପାରିଥାନ୍ତି। ଏହାର ଏକ୍ସ-ଶୋ ରୁମ୍‌ ମୂଲ୍ୟ ହେଉଛି ଆଇଏନ୍‌ଆର ୧୫,୯୯,୦୦୦ ଟଙ୍କା ୧.୦ ଟିଏସ୍‌ଆଇ ସ୍ପିଡ୍‌ ମାନୁଆଲ୍‌ ପାଇଁ, ଟପିଂ ଆଉଟ୍‌ ଆଇଏନଆର ୧୯,୪୯,୦୦୦ ଟଙ୍କା ୧.୫ ଟିଏସ୍‌ଆଇ ୭ ସ୍ପିଡ୍‌ ଡିଏସଜି ପାଇଁ ରହିଛି। କୁସାକର ଏହି ସଂସ୍କରଣ ସ୍ବତନ୍ତ୍ର ଭାବେ ଟର୍ଣ୍ଣାଡୋ ରେଡ୍‌ ଓ କ୍ୟାଣ୍ଡି ହ୍ବାଇଟ୍‌ କଲରରେ ଉପଲବ୍ଧ।

Share