**EDS: SCREENSHOT VIA PTI VIDEO** Gangtok: Sikkim Krantikari Morcha (SKM) members celebrate their lead in the Assembly polls, outside a counting centre, in Gangtok, Sunday, June 2, 2024. (PTI Photo) (PTI06_02_2024_000021B)
ନୂଆଦିଲ୍ଲୀ,୨ା୬: ସିକିମ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କରିଛି ସରକାରରେ ଥିବା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)। ଦଳ ବିରୋଧୀଙ୍କୁ ସବୁ ଦିଗରୁ ଚକମା ଦେଇ ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।
ଏସକେଏମ ୩୨ ଟି ସିଟ୍ ମଧ୍ୟରୁ ୩୧ଟି ଜିତିଛି ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡ଼ିଏଫ) ଗୋଟିଏ ଆସନରେ ବିଜୟୀ ହୋଇଛି। ଭାରତୀୟ ଜନତା ପାର୍ଟି, ଏସକେଏମ୍ ସହ ମିଳିତ ଭାବେ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ବେଳେ ଚଳିତ ଥର କୌଣସି ଆସନରେ ଦଳ ବିଜୟୀ ହୋଇନାହିଁ। ସରକାର ଗଠନ ପାଇଁ ରାଜ୍ୟରେ ୧୬ ଆସନ ଆବଶ୍ୟକ ଥିବା ବେଳେ ଏସକେଏମ ୩୧ ଆସନରେ ବିଜୟ ହାସଲ କରିଛି।
୧୪୬ ପ୍ରତିଯୋଗୀଙ୍କ ମଧ୍ୟରେ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ତାଙ୍କ ପତ୍ନୀ କୃଷ୍ଣ କୁମାରୀ ରାୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ଏବଂ ପୂର୍ବତନ ଫୁଟବଲର୍ ଭାଇଚୁଙ୍ଗ ଭୁଟିଆ ପ୍ରମୁଖ ପ୍ରାର୍ଥୀ ମୈଦାନରେ ଥିଲେ।