ତୁର୍କୀକୁ ଭାରତର ସହାୟତା

ଆଙ୍କାରା,୯ା୨: ଗୁରୁବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଉଦ୍ଧାର କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ନେଇ ଭାରତରୁ ଷଷ୍ଠ ବିମାନ ‘ଅପରେଶନ ଦୋସ୍ତ’ ଭୂକମ୍ପରେ ସହାୟତା ପାଇଁ ତୁର୍କୀରେ ପହଞ୍ଚିଛି। ଷଷ୍ଠ ବିମାନରେ ଭୂକମ୍ପ ପ୍ରଭାବିତ ଦେଶ ପାଇଁ ଅଧିକ ଉଦ୍ଧାରକାରୀ ଦଳ, କୁକୁର ସ୍କ୍ବାଡ ଏବଂ ଅତ୍ୟାବଶ୍ୟକ ଔଷଧ ପରିବହନ କରାଯାଇଛି।

ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ତୁର୍କୀ ଏବଂ ପଡ଼ୋଶୀ ସିରିଆରେ ମୃତ୍ୟୁସଂଖ୍ୟା ୧୫୦୦୦ ଟପିସାରିଛି। ତୁର୍କୀକୁ ସହାୟତା ପାଇଁ ଭାରତ ହାତ ବଢ଼ାଇଛି। ତୁର୍କୀରେ ପ୍ରାୟ ୩୦୦୦ ଭାରତୀୟ ରହିଛନ୍ତି। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଜଣେ ନିଖୋଜ ଥିବା କୁହାଯାଉଛି।