ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଛତିଶଗଡ ରାଜ୍ୟ ସରଗୁଜା ଜିଲା କତଓ୍ବାଲି ଥାନା କେପି ଜିରମା ଗ୍ରାମର ବୁଟି ଗିରି(୫୦), ଉଦେପୁର ଥାନା ଅଞ୍ଚଳର କିରଣ ଗିରି(୩୦), ମମତା ଗିରି(୩୫), ବଶମତି ଗିରି(୩୩), ସୁନିତା ଗିରି(୩୫) ଓ ରାମ କୁମାରୀ ଗିରି (୪୦)। ଅଭିଯୁକ୍ତ ମହିଳାମାନେ ଚୁଡି, ଶଙ୍ଖା ବିକ୍ରି କରିବା ସହିତ ପୁରୁଣା ସୁନାକୁ ନୂଆଁ ଲୁକ ଦେବା ବାହାନାରେ ଲୋକଙ୍କୁ ଅସଲି ସୁନା ବଦଳରେ ନକଲି ସୁନା ଦେଇ ଚକମା ଦେଉଥିଲେ। ପ୍ରଥମେ ଅଞ୍ଚଳବାସୀ ତିନ ଜଣ ମହିଳାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରେ ବେନଗାଁ ପଞ୍ଚାୟତ ଅଞ୍ଚଳର ଅନ୍ୟ ତିନିଜଣ ମହିଳାଙ୍କୁ ଲୋକେ କାବୁ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୫/୨୬) ରୁଜୁ କରି କୋର୍ଟ ଚାଲାଣ କରିଥିବା ଏସ୍‌ଆଇ ଭରତ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share