ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୬ଜଣ

ଚଣ୍ଡିଗଡ଼,୧୫ା୧: ହିମାଚଳପ୍ରଦେଶର ସିର୍‌ମୌର ଜିଲା ଅଧୀନ ତଲଗ୍ନା ଗ୍ରାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁଲାଗି ପରିବାରର ୬ଜଣ ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ ଛୋଟ ପିଲା ଥିବା ସୂଚନା ମିଳିଛି।

ଘରେ ନିଆଁ ଲାଗି ବ୍ୟାପିଯାଇଥିଲା। ଶୋଇଥିବା ବେଳେ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାତ୍ର ଜଣେ ବ୍ୟକ୍ତି ବଞ୍ଚି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଜଣା ପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।