Categories: Home Leftଖେଳ

ପ୍ଲେୟର ଅଫ୍‌ ଦି ମନ୍ଥ ଦୌଡ଼ରେ ସିରାଜ

ଦୁବାଇ,୮ା୯:ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ନାମ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ସକାଶେ ସୁପାରିସ କରାଯାଇଛି।

ପୁରସ୍କାର ଦୌଡ଼ରେ ରହିଥିବା ଅନ୍ୟ ଦୁଇ ଖେଳାଳି ହେଲେ ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନ୍‌ରୀ ଓ ଓ୍ବେଷ୍ଟଇଣ୍ଡିଜର ଜେଡେନ୍‌ ସିଲେସ। ସିରିଜରେ ଉଭୟ ଦଳର ବହୁ ଖେଳାଳି ଆଘାତପ୍ରାପ୍ତ ହୋଇ ଥିଲେ। ସିରାଜ କିନ୍ତୁ ଫିଟ୍‌ନେସ୍‌ ବଜାୟ ରଖି ସମସ୍ତ ୫ଟି ଯାକ ମ୍ୟାଚ ଖେଳି ୨୩ ଉଇକେଟ ଅକ୍ତିଆର କରିଥିଲେ। ଏହି ସିରିଜ ଜୁନ୍‌ ଶେଷ ଭାଗରେ ଆରମ୍ଭ ହୋଇ ଅଗଷ୍ଟ ପ୍ରଥମ ଭାଗରେ ଶେଷ ହୋଇଥିଲା।

୫ଟି ଟେଷ୍ଟ ମ୍ୟାଚରେ ସିରାଜ ୧୮୫.୩ ଓଭର ବୋଲିଂ କରିଥିଲେ। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ସରିଜକୁ ୨-୨ରେ ଡ୍ର ରଖିଥିଲା। ମହମ୍ମଦ ସିରାଜ ଅଗଷ୍ଟରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ। ସେହି ମ୍ୟାଚରେ ଚମତ୍କାରିତା ଯୋଗୁ ତାଙ୍କ ନାମ ପୁରସ୍କାର ପାଇଁ ସୁପାରିସ କରାଯାଇଛି।