ମୁମ୍ବାଇ: ବଲିଉଡର ଖ୍ୟାତନାମା ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ପୁଣି ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ। ସଲମାନଙ୍କଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ପର୍ଯ୍ୟନ୍ତ ତାଙ୍କ କଟାକ୍ଷରୁ ବର୍ତ୍ତି ନାହାନ୍ତି। ଏବେ ସେ ମହାତ୍ମା ଗାନ୍ଧୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଏନ୍ଆଇର ପୋଡକାଷ୍ଟରେ ଅଭିଜିତ କହିଛନ୍ତି ଯେ ମହାତ୍ମାଙ୍କଠାରୁ ଅଧିକ ଇନ୍ଦିରା ଗାନ୍ଧୀଙ୍କୁ ସମ୍ମାନ କରେ। କାରଣ ସେ ବାଲାଂଦେଶ କରିଛନ୍ତି।
ଅଭିଜିତ କହିଛନ୍ତି, ଯଦି କେହି ଗୋଟିଏ ଗାଲକୁ ଚାପୁଡ଼ା ମାରେ ତେବେ ଆଉ ଗୋଟିଏ ଗାଲ ଦେଖାଇ ଦିଅ। ଏହା ଆମକୁ କିଏ ଶିଖାଇଲା। ଯଦି କେହି ତୁମ ବାପାଙ୍କ ଗାଲକୁ ଚାପୁଡ଼ା ମାରିଦିଏ, ତେବେ କ’ଣ ତୁମେ ଆଉ ଗୋଟିଏ ଗାଲ ଆଗକୁ ଆଣିବାକୁ ବାପାଙ୍କୁ କହିବ। ଏଭଳି କ’ଣ ପିଲାଙ୍କୁ ତୁମେ ଶିଖାଉଛ। ପାକିସ୍ତାନର ଜାତୀୟ ପିତା କିଏ? ମହମ୍ମଦ ଅଲ୍ଲୀ ଜିନ୍ନା ନୁହନ୍ତି। ପାକିସ୍ତାନ ହୋଇଛି, ତେବେ କିଏ ତାକୁ କରିଛି? ପାକିସ୍ତାନ ତ ନ ଥିଲା।୧୯୪୭ରେ ହୋଇଥିଲା। ଭାରତ ତ ପୂର୍ବରୁ ବଡ଼ ଥିଲା। ସମସ୍ତେ ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ପିତା କହୁଛନ୍ତି। ଆମେ କିଭଳି କାହାକୁ ବି ପିତା ଭାବିନେବୁ। ଗାନ୍ଧୀ ହିଁ ପାକିସ୍ତାନକୁ କରିଛନ୍ତି ଏବଂ ଇନ୍ଦିରା ଗାନ୍ଧୀ ବାଲାଂଦେଶ କରିଛନ୍ତି, ଯାହାକି ବହୁତ ଭଲ। ମୁୂଁ ମହାତ୍ମା ଗାନ୍ଧୀଙ୍କଠାରୁ ଅଧିକ ଇନ୍ଦିରାଙ୍କୁ ମାନିଥାଏ। ଏହାଛଡ଼ା ମହାତ୍ମା ଗାନ୍ଧୀ ଭାରତକୁ ନୁହେଁ ବରଂ ପାକିସ୍ତାନର ନିର୍ମାଣ କରିଛନ୍ତି ବୋଲି ସେ କହିଛନ୍ତି।