Tokyo: India's Pusarla V. Sindhu in action in the womens singles badminton match against Hong Kong China's Ngan Yi Cheung, at the Summer Olympics 2020, in Tokyo, Wednesday, July 28, 2021. Sindhu won the match 21-9, 21-16. (PTI Photo/Gurinder Osan) (PTI07_28_2021_000038B)
ଟୋକିଓ, ୨୯।୭ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବାବେଳେ ପୁରୁଷ ବିଭାଗରେ ବି. ସାଇ ପ୍ରଣୀଥ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ରିଓରେ ଗତ ସଂସ୍କରଣରେ ଏକ ରୌପ୍ୟ ଜିତିଥିବା ସିନ୍ଧୁ ଗ୍ରୁପ୍ ଜେ’ରେ ବିଶ୍ୱର ୩୪ ନମ୍ବର ଖେଳାଳି ହଂକଂର ନାଇ ଚେଅଙ୍ଗଙ୍କୁ ୨୧-୯, ୨୧-୧୬ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ମାତ୍ର ୩୫ ମିନିଟ୍ରେ ଶେଷ ହୋଇଥିଲା। ବୁଧବାର ଏହି ବିଜୟ ସହ ସିନ୍ଧୁ ଗ୍ରୁପ୍ ଜେ’ର ଶୀର୍ଷରେ ରହିଛନ୍ତି। ସିନ୍ଧୁ ଓ ଚେଅଙ୍ଗ ସେମାନଙ୍କ କ୍ୟାରିୟରର ପରସ୍ପରକୁ ୬ଥର ଭେଟିଛନ୍ତି। ଭାରତୀୟ ଖେଳାଳି ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ବିଶ୍ୱର ୭ ନମ୍ବର ସିନ୍ଧୁ ବର୍ତ୍ତମାନ ଗ୍ରୁପ୍ ଆଇ’ର ଶୀର୍ଷରେ ଥିବା ବିଶ୍ୱର ୧୨ ନମ୍ବର ତଥା ଡେନ୍ମାର୍କର ମିଆ ବ୍ଲିଚ୍ଫିଲ୍ଡଙ୍କୁ ଭେଟିବେ।
ଅନ୍ୟପକ୍ଷରେ ୧୩ତମ ସିଡ୍ ପ୍ରଣୀଥ ଗ୍ରୁପ୍ ଡି’ରେ ତାଙ୍କ ମ୍ୟାଚ ଜିତିବାରେ ପୁଣି ବିଫଳ ହୋଇଛନ୍ତି। ନେଦରଲାଣ୍ଡ୍ସର ମାର୍କ କାଲଜୋଙ୍କଠାରୁ ସେ ୧୪-୨୧, ୧୪-୨୧ରେ ପରାସ୍ତ ହୋଇଛନ୍ତି। ବିଶ୍ୱର ୧୫ ନମ୍ବର ଏହି ଭାରତୀୟ ଖେଳାଳି ପୂର୍ବରୁ ଓପନିଂ ରାଉଣ୍ଡରେ ଇସ୍ରାଏଲର ମିଶା ଜିଲ୍ବରମାନଙ୍କଠାରୁ ହାରିଯାଇଥିଲେ। ବିଶ୍ୱର ୨୯ ନମ୍ବର ଖେଳାଳି କାଲଜୋ ତାଙ୍କର ଏହି ବିଜୟ ଦ୍ୱାରା ନିଜ ଗ୍ରୁପ୍ର ଶୀର୍ଷ ସ୍ଥାନରେ ରହି ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଗ୍ରୁପ୍ର ଟପ୍ପର କେବଳ ନକ୍ଆଉଟକୁ ଉନ୍ନୀତ ହୋଇପାରିବେ।