ALPE DI MERA - VALSESIA, ITALY - MAY 28: Simon Yates of United Kingdom and Team BikeExchange stage winner celebrates at arrival during the 104th Giro d'Italia 2021, Stage 19 a 166km stage from Abbiategrasso to Alpe di Mera - Valsesia 1531m / Team Presentation / Stage modified due to the tragic events on May the 23rd 2021 that involved the Mottarone Cableway / #UCIworldtour / @girodiitalia / #Giro / on May 28, 2021 in Alpe di Mera - Valsesia, Italy. (Photo by Stuart Franklin/Getty Images)
ରୋମ୍, ୨୯ା୫:ଗ୍ରେଟ୍ ବ୍ରିଟେନର ସିମନ ୟେଟ୍ସ (ଟିମ୍ ବାଇକ୍ ଏକ୍ସଚେଞ୍ଜ୍) ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍ର ୧୯ତମ ଷ୍ଟେଜ୍ ଜିତିଛନ୍ତି। ଆବିଏଟ୍ଗ୍ରାସୋଠାରୁ ଆଲ୍ପ ଡି’ ମିରା ପର୍ଯ୍ୟନ୍ତ ୧୬୬ କିଲୋମିଟର ବିଶିଷ୍ଟ ଏହି ମାଉଣ୍ଟେନ ଷ୍ଟେଜ୍କୁ ସେ ୪ ଘଣ୍ଟା ୨ ମିନିଟ୍ ଓ ୫୫ ସେକେଣ୍ଡ ଟାଇମିଂରେ ଶେଷ କରିଥିଲେ। ତାଙ୍କଠାରୁ ୧୧ ସେକେଣ୍ଡ ପଛରେ ପର୍ତ୍ତୁଗାଲର ଜୋଆଓ ଅଲମିଦା (ଡେସିଉନିକ୍ କୁଇକ୍ ଷ୍ଟେପ୍) ଦ୍ୱିତୀୟ ଏବଂ ୨୮ ସେକେଣ୍ଡ ପଛୁଆ ରହି କଲମ୍ବିଆର ଇଗାନ ବର୍ନାଲ ଗୋମେଜ୍ (ଇନୋସ୍ ଗ୍ରେନାଡିଅର୍ସ) ତୃତୀୟ ହୋଇଥିଲେ। ରେସ୍ରେ ସିମନଙ୍କୁ ଅଲମିଦା ଓ ବର୍ନାଲ କଡ଼ା ଟକ୍କର ଦେଇଥିଲେ। ଚତୁର୍ଥରୁ ଦଶମ ସ୍ଥାନ ଯଥାକ୍ରମେ ଡାମିଆନୋ କାରୁସୋ (ଇଟାଲୀ), ଆଲେକ୍ସାଣ୍ଡର ଭ୍ଲାସୋଭ (ରୁଷିଆ), ଡାନିଏଲ ମାର୍ଟିନ (ଆୟର୍ଲାଣ୍ଡ), ଡାନିଏଲ ମାର୍ଟିନେଜ୍ ପୋଭେଡା (କଲମ୍ବିଆ), କୋଏନ୍ ବୋମାନ (ନେଦରଲାଣ୍ଡ୍ସ), ଟୋବିଏସ୍ ଫସ୍ (ନରଓ୍ବେ) ଓ ରୋମେନ ବାର୍ଡେଟ୍ (ଫ୍ରାନ୍ସ) ଅଧିକାର କରିଥିଲେ। ୧୯ତମ ଷ୍ଟେଜ୍ ପରେ ଜେନେରାଲ କ୍ଲାସିଫିକେଶନରେ ଇଗାନଲ ବର୍ନେଲ ଗୋମେଜ (୮୧:୧୩:୩୭) ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କଠାରୁ ୦:୦୨:୨୯ ବ୍ୟବଧାନରେ ଡାମିଆନୋ କାରୁସୋ ଦ୍ୱିତୀୟ ଏବଂ ୦:୦୨:୪୯ ବ୍ୟବଧାନରେ ସିମନ ୟେଟ୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଶନିବାର ଭର୍ବାନିଆରୁ ଭାଲି ସ୍ପଲଗା ୧୬୪ କିଲୋମିଟର ବିଶିଷ୍ଟ ୨୦ତମ ଷ୍ଟେଜ୍ ଅନୁଷ୍ଠିତ ହେବ।