ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି ଏବେ ୧୦ ଗ୍ରାମ ପିଛା ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୭୯୦୦ ଟଙ୍କା କମି ୧ ଲକ୍ଷ ୪୭ ହଜାର ୨୦୦ ହୋଇଛି।

ଅନ୍ୟପଟେ, ଦଶନ୍ଧିରେ ସର୍ବାଧିକ ଖସିଛି ରୁପା ଦର।ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା।

ଗତ ୨ ଦିନ ହେଲା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ଗତକାଲି ଅର୍ଥାତ୍‌ ଶୁକ୍ରବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇ ୧,୬୯,୨୦୦ ଥିଲା। ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ୭,୫୫୦ ହ୍ରାସ ପାଇ ଥିଲା ୧,୫୫,୧୦୦।

 

Dharitri – The Largest & Most Trusted Odia Daily