ଦୀପାବଳି ପରେ ଖସିଲା ରୂପା ଦାମ୍, କ’ଣ ଏବେ ବି ଏଥିରେ ନିବେଶ ଲାଭଦାୟକ ?

ନୂଆଦିଲ୍ଲୀ,୨୦।୧୦: ଦୀପାବଳି ବ୍ୟବସାୟ ପରେ ରୂପାର ଦାମ୍ କମିଛି। ଧନତେରସ୍ ପରେ ଗୋଟିଏ ଦିନରେ ପ୍ରତି କିଲୋରେ ୭,୦୦୦ ଟଙ୍କା ହ୍ରାସ ହୋଇଛି। ଗତ ବର୍ଷ ରୂପା ପ୍ରତି କିଲୋ ୧,୧୦,୦୦୦ ଟଙ୍କା ଥିଲା, ଏବେ ୧,୭୦,୦୦୦ରୁ ଅଧିକ। ଦକ୍ଷିଣ ଭାରତରେ କିଛି ଦିନ ପୂର୍ବେ ୨ ଲକ୍ଷ ଟଙ୍କା ଛୁଇଁଥିଲା, ଯାହା ବିଶ୍ୱରେ ପ୍ରଥମ ଥର।

ଚଳିତ ବର୍ଷରେ ଏହା ୯୮% ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମୋଟିଲାଲ୍ ଓସ୍ୱାଲ୍ ରିପୋର୍ଟରେ କୁହାଯାଇଛି ଯେ ଏହି ବୃଦ୍ଧି ୨୦୩୦ ଯାଏ ଚାଲିପାରେ। ଅତୀତରେ ୧୯୮୦ ଓ ୨୦୧୧ରେ ଦାମ୍ ଖସିଥିଲା, କିନ୍ତୁ ଏବେ ରୂପାର ବ୍ୟବହାର ବଢ଼ିଛି। ଇଭି, ସେମିକଣ୍ଡକ୍ଟର, ସୋଲାର ପ୍ୟାନେଲରେ ୫୯% ଶିଳ୍ପ ବ୍ୟବହାର। ସୌର ଶକ୍ତି ଏକା ବର୍ଷରେ ୨୦୦ ମିଲିୟନ୍ ଔଂସ୍ ରୂପା ଖର୍ଚ୍ଚ କରେ।

୨୦୨୪ରେ ବିଶ୍ୱରେ ରୁପାର ଯୋଗାଣ ୩୧,୦୦୦ ଟନ୍ ରହିଥିବା ବେଳେ ୩୫,୦୦୦ ଟନ୍ ଚାହିଦା ରହିଥିଲା। ଏବେ ରୁପାର ଷ୍ଟକ୍ ୩୦% କମିଛି। ରିପୋର୍ଟ ଅନୁଯାୟୀ, ୨୦୨୬ରେ ୭୫ ଡଲାର୍ ପ୍ରତି ଔଂସ୍, ଭାରତରେ ୨.୪ ଲକ୍ଷ ଟଙ୍କା ପ୍ରତି କିଲୋ ହୋଇପାରେ। ଟଙ୍କା ଦୁର୍ବଳ ହେଲେ ଅଧିକ ଲାଭ।

ଦୀପାବଳି ପରେ ୧୦-୨୦% ସୁଧାର ହୋଇପାରେ, କିନ୍ତୁ ଦୀର୍ଘକାଳୀନ ବଜାର ମଜବୁତ୍ ରହିବ। ରୂପା ଏବେ କେବଳ ଗହଣା ନୁହେଁ, ଶିଳ୍ପର ଆବଶ୍ୟକତା। ନିବେଶ ପାଇଁ ଏବେ ବି ଭଲ ବିକଳ୍ପ ରହିଛି।

Dharitri – Odisha’s No.1 Odia Daily

Share