Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା ୨.୫୪ ଲକ୍ଷରେ ପହଞ୍ଚିଥିଲା, କିନ୍ତୁ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ କିଲୋ ପିଛା ୨୧ ହଜାର ୫୦୦ ଟଙ୍କା ଖସିଗଲା । ସୋମବାର ଦିନ ରୂପା ଫ୍ୟୁଚର୍ସ ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୨୫୪,୧୭୪ ରେ ପହଞ୍ଚିଲା, ସେତେବେଳେ ବଜାରରେ ଉତ୍ସାହ ଦେଖାଯାଇଥିଲା ।

ମନେ ହେଉଥିଲା ୨୦୨୫ ବର୍ଷ ରୂପା ପାଇଁ ଏକ ରେକର୍ଡ ଉଚ୍ଚତା ସହିତ ଶେଷ ହେବ। ହେଲେ ବଜାରରେ ହଠାତ୍ ପ୍ରଫିଟ ବୁକିଂର ଏକ ଲହରୀ ଆସିଥିଲା, ଯାହା ମୂଲ୍ୟକୁ ୨୩୨,୬୬୩ କୁ ହ୍ରାସ କରିଥିଲା। ତେବେ ହଠାତ୍ କାହିଁକି ଏତେ ହ୍ରାସ ପାଇଲା ତାହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅନେକ ଚର୍ଚ୍ଚା ହେଉଛି ।

ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ, ବଡ଼ ବ୍ୟବସାୟୀମାନେ ସେମାନଙ୍କର ଲାଭ ସୁରକ୍ଷିତ କରିବା ପାଇଁ ରୂପା ବିକ୍ରୟ କରିବା ଆରମ୍ଭ କଲେ, ଯାହା ଫଳରେ ବିକ୍ରୟ ଚାପ ବୃଦ୍ଧି ପାଇଲା। ଦ୍ବିତୀୟରେ ବିଶ୍ୱ ବଜାରରେ ରୂପା ମୂଲ୍ୟ ଆଉନ୍ସ ପ୍ରତି ୮୦ ଡଲାରରୁ ରୁ ହ୍ରାସ ପାଇ ୭୫ ଡଲାରକୁ କୁ ଖସି ଆସିଥିଲା, ଯାହା ସିଧାସଳଖ ଭାରତୀୟ ବଜାରକୁ ପ୍ରଭାବିତ କରିଥିଲା। ଅନ୍ୟପଟେ ରୁଷ-ୟୁକ୍ରେନ ଉତ୍ତେଜନାରେ କିଛିଟା ଶାନ୍ତି ଆସିବାର ରିପୋର୍ଟ ଯୋଗୁଁ ନିବେଶକଙ୍କ ନିରାପଦ ଆବାସ ସମ୍ପତ୍ତି (ସୁନା ଏବଂ ରୂପା) ପ୍ରତି ଆଗ୍ରହ ସାମାନ୍ୟ ହ୍ରାସ ପାଇଥିଲା।

 

Dharitri – Odisha’s No.1 Odia Daily

 

 

Share