ଗୁରୁ ନାନକଙ୍କ ଜୟନ୍ତୀ ପାଳିଲେ ଶିଖ୍‌ ସମ୍ପ୍ରଦାୟ

ବଲାଙ୍ଗୀର,୬ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରସ୍ଥିତ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂହ ସଭାଠାରେ ବୁଧବାର ଶିଖ୍‌ ଧର୍ମଗୁରୁ ଗୁରୁ ନାନକଜୀଙ୍କ ଜୟନ୍ତୀ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ଅଖଣ୍ଡ ପାଠ, ନଗର କୀର୍ତ୍ତନ, ଲଙ୍ଗର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବଲାଙ୍ଗୀର ସହରରେ ବସବାସ କରୁଥିବା ଶିଖ୍‌ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଯୋଗଦାନ କରିଥିଲେ। ଜୟନ୍ତୀ ପାଳନରେ ଯଶବୀର ସିଂ, ସୁଖବୀର ସିଂ ବେଦୀ, ସୁଜିତ ସିଂ ଆଲୁଓ୍ବାଲିଆ ଓ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରିଥିଲେ।

Dharitri – Odisha’s No.1 Trusted Odia Daily