ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ ବଡ଼ ପରଦାକୁ ଫେରିବେ। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତାମାନେ ‘ସିକନ୍ଦର’ ଏକ ନୂଆ ପୋଷ୍ଟର ଶେୟାର କରିଛନ୍ତି। ଆସନ୍ତା ଫେବୃଆରୀ ୨୭ ତାରିଖରେ ମଧ୍ୟ ନିର୍ମାତା ପ୍ରଶଂସକମାନଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି।
ଆଜି ରିଲିଜ୍ ହୋଇଥିବା ପୋଷ୍ଟରରେ ସଲମାନ ରାଗ ମୁଡ୍ରେ ନଜର ଆସିଛନ୍ତି। ତାଙ୍କର ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।
ନିର୍ମାତାମାନେ ଏପର୍ଯ୍ୟନ୍ତ ‘ସିକନ୍ଦର’ର ରିଲଜ୍ ଡେଟ୍ ଘୋଷଣା କରିନାହାଁନ୍ତି। ଫିଲ୍ମର ଟିଜର ଆସିସାରିଛି ଏବଂ ଏବେ ଲୋକମାନେ ଟ୍ରେଲରକୁ ଅପେକ୍ଷା କରିଛନ୍ତି। ‘ସିକନ୍ଦର’ ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଆଜି ତାଙ୍କର ଜନ୍ମଦିନ ଅବସରରେ ନୂଆ ପୋଷ୍ଟର ରିଲିଜ୍ କରାଯାଇଛି। ଆସନ୍ତା ୨୭ରେ ଫିଲ୍ମ ରିଲିଜ୍ ଡେଟ୍ ଘୋଷଣା ହୋଇପାରେ।
‘ସିକନ୍ଦର’ ୨୦୨୫ ଇଦ୍ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍ମଟି ଏ.ଆର.ମୁରଗାଦୋସଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।