ନୂଆଦିଲ୍ଲୀ,୩।୬:କ୍ରମାଗତ ଭାବେ ଘରୋଇ ବଜାରରେ ଦୁଇଚକିଆ ଯାନ ବିକ୍ରିରେ ବୃଦ୍ଧି ପରିଲଖିତ କରାଯାଉଛି। ଏପରି କି ୨୦୨୪ ପାର୍ବଣଠାରୁ ଦୁଇ ଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ବିଶେଷ କରି ଦେଶର ଗ୍ରାମାଞ୍ଚଳରେ ଦୁଇଚକିଆ ଯାନର ବିକ୍ରି ପରିମାଣ ଅଟୋ ଶିଳ୍ପର ମାସିକ ଯାନ ବିକ୍ରି ଫଳାଫଳରୁ ସ୍ପଷ୍ଟ ଜଣାପଡିଛୁ।
ଅପରପକ୍ଷରେ ଦୁଇ ଚକିଆ ଯାନ ବ୍ରାଣ୍ଡ ବଜାଜ, ଟିଭିଏସ, ହିରୋ, ହୋଣ୍ଡା, ସୁଜୁକି, ରୟାଲ ଏନ୍ଫିଲ୍ଡ, ୟାମାହା ଏବଂ ଅନ୍ୟ ପ୍ରମୁଖ ଦୁଇ ଚକିଆ ଗାଡ଼ିର ଚାହିଦା ଓ ବଜାର ଆବଶ୍ୟକତା ବୃଦ୍ଧି ପାଇଛି। ସେହିଭଳି ଦୁଇ ଚକିଆର ଦର ଓ ଅଫର ସାଙ୍ଗକୁ ଆବଶ୍ୟକ ସୁବିଧା ଓ ସରଞ୍ଜାମ ସହଜରେ ଉପଲବ୍ଧ ହେଉଥିତ୍ବାରୁ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗ୍ରାହକ ଦୁଇ ଚକିଆ ଯାନର ବ୍ୟବହାର ଓ କ୍ରୟକୁ ସର୍ବାଧିକ ପସନ୍ଦ କରୁଛନ୍ତି।
ଏପରି କି ଗାଡି ବିକ୍ରି ପରବର୍ତ୍ତୀ ସେବା ଓ ସହଜରେ ଗାଡିର ଆବଶ୍ୟକ ସେବା ଓ ସୁବିଧା ଉପଲବ୍ଧ ହେଉଥିବାରୁ ଗ୍ରାହକ ଦୁଇ ଚକିଆ ଯାନକୁ ବେଶି ପସନ୍ଦ କରୁଥିବାବେଳେ ଉପଭୋକ୍ତ (ଗ୍ରାହକ)ଙ୍କର ଆବଶ୍ୟକତା ମଧ୍ୟ ପୂରଣ ହୋଇପାରୁଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ଦୁଇ ଚକିଆ ଯାନର ଚାହିଦା ବୃଦ୍ଧି ସାଙ୍ଗକୁ ଏହି ଅବଧି ମଧ୍ୟରେ ୪ରୁ ୭% ଗାଡି ବିକ୍ରି ବୃଦ୍ଧିର ଆକଳନ ଶିଳ୍ପ ପକ୍ଷରୁ କରାଯାଉଛି। ଏପରି କି ଆଉ କିଛି ମାସ ପରେ ପାର୍ବଣ ଋତୁ ସାଙ୍ଗକୁ ଅନ୍ୟାନ୍ୟ ମହୋତ୍ସବ ଆସିବ। ଅପରପକ୍ଷରେ ୨୦୨୫-୨୬ରେ ଉପରୋକ୍ତ ବ୍ରାଣ୍ଡର ନୂଆ ମଡେଲ ବଜାର ପ୍ରବେଶ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶିଳ୍ପ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।