ହୃଦୟ ଜିତିଲେ ସିଦ୍ଧାନ୍ତ: ଗୀତ ଗାଇ ଭୋଟରଙ୍କ….

ନୂଆପଡ଼ା,୪ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଲଖନା ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଜନସମାବେଶ ଆୟୋଜିତ ହୋଇଥିଲା। ଏଥିରେ ସିନେତାରକା ତଥା ନେତା ସିଦ୍ଧାନ୍ତ ମହାପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ସ୍ଥାନୀୟ ପଞ୍ଚାୟତ ପ୍ରମୁଖ ନରେନ ହଂସ, ପୂର୍ବତନ ସରପଞ୍ଚ ଗିଡୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚରେ ସିଦ୍ଧାନ୍ତ ମହାପାତ୍ର ନିଜର ଅଭିଭାଷଣ ଓ ‘ପୁଚୁକି ଗାଲି’, ‘ସୁନେଲି ସୁନେଲି ଖରା’ ପରି ସୁପରହିଟ ଗୀତ ଗାଇ ଭୋଟରଙ୍କ ହୃଦୟ ଜିତିଥିଲେ। ଯୁବମାନଙ୍କ ଭିତରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଅତିଥିମାନେ ଅଞ୍ଚଳର ଉନ୍ନତି, ଲୋକକଲ୍ୟାଣ ଯୋଜନା ଓ ଆଗାମୀ ଦିନରେ ଅଭିଯାନ ସମ୍ପର୍କରେ ଅଭିଭାଷଣ ରଖିଥିଲେ।

 

Dharitri – Odisha’s No.1 Odia Daily