କୋରାପୁଟ,୨୧/୧୦(ଅମିତାଭ ବେହେରା ) କୋରାପୁଟ ବେଙ୍ଗଲୀ କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସ୍ଥାନୀୟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ମଣ୍ଡପଠାରେ ଆୟୋଜିତ ହୋଇଛି। ଚଳିତ ବର୍ଷ ୨୫ତମ ଭାବେ ଏହି ଶ୍ୟାମାକାଳୀ ପୂଜା କରାଯାଉଥିବାବେଳେ ସୋମବାର ମଧ୍ୟରାତ୍ରିରୁ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ଏଥିରେ କମିଟି ସଭାପତି ବାବୁଲ ସିଂ, ଆଇନ ପରାମର୍ଶଦାତା କ୍ୟାପଟେନ କ୍ରିଷ୍ଣା କୁମାର ଭଟ୍ଟାକାର୍ଯ୍ୟଙ୍କ ସମେତ ଶତାଧିକ ଭକ୍ତ ସାମିଲ ହୋଇ ମାଙ୍କ ପୂଜାର୍ଚ୍ଚନା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ। ମଙ୍ଗଳବାର ସନ୍ଧ୍ୟାରୁ ମା’ଙ୍କ ମଣ୍ଡପଠାରେ ଧୂନୁଚି ନାଚ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯିବ। ବୁଧବାର ସକାଳେ ମା’ଙ୍କୁ ମେଲାଣି ଦିଆଯିବ ବୋଲି କମିଟି ସଭାପତି ଶ୍ରୀ ସିଂ ପ୍ରକାଶ କରିଛନ୍ତି।