Categories: Home Leftଖେଳ

କୋହଲିଙ୍କ ପରେ ଏବେ ଶୁବମନ ଗିଲଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା: BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧: ଡିସେମ୍ବର ୨୪ ତାରିଖରେ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ପଡ଼ିଆକୁ ଓହ୍ଲାଇବା ସମୟରେ, ପ୍ରଶଂସକମାନେ ବହୁତ ଆଶା ରଖିଥିଲେ। ପ୍ରଶଂସକମାନେ କୋହଲିଙ୍କୁ ଦେଖିବାକୁ ଉତ୍ସାହିତ ଥିଲେ, କିନ୍ତୁ ସୁରକ୍ଷା କାରଣରୁ, BCCI ବନ୍ଦ ଷ୍ଟାଡିୟମରେ ମ୍ୟାଚ ଆୟୋଜନ କରିଥିଲା। ଏବେ ଟିମ ଇଣ୍ଡିଆର ଟେଷ୍ଟ ଏବଂ ODI ଅଧିନାୟକ ଶୁବମନ ଗିଲଙ୍କ ମୃାଚରେ ଏଭଳି ହେବାକୁ ଯାଉଛି। ଗିଲ ମଧ୍ୟ ଆଜି ପଞ୍ଜାବ ପାଇଁ ଖେଳିବେ, ଏବଂ ପ୍ରଶଂସକମାନେ ଷ୍ଟାଡିୟମରେ ଏହି ମ୍ୟାଚ ଦେଖିବାକୁ ପାଇବେ ନାହିଁ।

ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ODI ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଆଜି ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ, ଅଧିନାୟକ ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ପଞ୍ଜାବ କ୍ରିକେଟ ଦଳ ପାଇଁ ଖେଳିବେ। ଗିଲ ଆଜି ସିକିମ ବିପକ୍ଷରେ ଏବଂ ତା’ପରେ ଜାନୁଆରୀ ୬ରେ ଗୋଆ ବିପକ୍ଷରେ ଖେଳିବେ। ଏହି ଦୁଇଟି ମ୍ୟାଚ ପରେ, ଗିଲ ଜାନୁଆରୀ ୭ରେ ଟିମ ଇଣ୍ଡିଆର ବାକି ଖେଳାଳିମାନଙ୍କ ସହିତ ଯୋଗଦେବେ, ଯେଉଁଠାରେ ODI ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। IPL ପୂର୍ବରୁ ଗିଲ ଟିମ ଇଣ୍ଡିଆ ପାଇଁ କେବଳ ଏହି ତିନୋଟି ମ୍ୟାଚ ଖେଳିବେ। ଗିଲ ଏହି ମ୍ୟାଚ ଗୁଡ଼ିକରେ ଦୃଢ଼ ପ୍ରଦର୍ଶନ ସହିତ ପୁଣି ଥରେ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରିବେ। ସେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ODI ସିରିଜ ଜିତିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।

 

Dharitri – The Largest & Most Trusted Odia Daily

Share