Categories: Home Leftଖେଳ

ଟିମ ଇଣ୍ଡିଆ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଶୁବମନ ଗିଲଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୮।୨: ଶୁବମନ ଗିଲ ଟିମ ଇଣ୍ଡିଆର ଜଣେ ଶକ୍ତିଶାଳୀ ଖେଳାଳି। ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଗିଲ ଅସୁସ୍ଥ ଥିବାର ଖବର ଆସିଥିଲା। ଏହି କାରଣରୁ, ଶୁବମନ ଟ୍ରେନିଂ ସେସନରେ ମଧ୍ୟ ଯୋଗ ଦେଇ ନଥିଲେ। କିନ୍ତୁ ଏକ ରିପୋର୍ଟ ଅନୁଯାୟୀ, ଗିଲ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ପାରନ୍ତି। ଶୁବମନ ମଧ୍ୟ ଅଭ୍ୟାସ କରିଛନ୍ତି।

ଇରିପୋର୍ଟ ଅନୁଯାୟୀ, ଗିଲ ଶୁକ୍ରବାର ଅଭ୍ୟାସ କରିଛନ୍ତି। ତଥାପି, ସେ ପୂର୍ବ ଦୁଇ ଦିନ ଧରି ଅଭ୍ୟାସରେ ଅଂଶଗ୍ରହଣ କରି ନ ଥିଲେ। ଶୁବମନ ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଖେଳିପାରନ୍ତି। ଏଥିସହ ଅଧିନାୟକ ରୋହିତ ଶର୍ମାଙ୍କୁ ବିରତି ଦିଆଯାଇପାରେ। ତାଙ୍କ ଅନୁପସ୍ଥିତିରେ ଗିଲ ମଧ୍ୟ ଅଧିନାୟକ ପଦ ପାଇପାରନ୍ତି। ଶୁବମନଙ୍କର ଏପର୍ଯ୍ୟନ୍ତ ଏକ ଦୃଢ଼ ରେକର୍ଡ ରହିଛି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଥରେ ଚମତ୍କାର କରିପାରନ୍ତି।