Categories: Home Leftଖେଳ

ଗୁଆହାଟୀରେ ଶୁବମନ ଗିଲ୍‌: ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଅନିଶ୍ଚିତତା

ଗୁଆହାଟୀ,୨୦ା୧୧: ଆସନ୍ତା ୨୨ ତାରିଖରୁ ବର୍ଷାପାରା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଲାଗି ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍‌ ଅନ୍ୟ ଖେଳାଳିଙ୍କ ସହ ଗୁଆହାଟୀରେ ପହଞ୍ଚିଛନ୍ତି। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ଏଣୁ ମ୍ୟାଚ୍‌ ଶନିବାର ଆରମ୍ଭ ହେବାକୁ ଥିବାରୁ ତାଙ୍କୁ ଶୁକ୍ରବାର ସୁଦ୍ଧା ଟ୍ରେନିଂ ସେସନରେ ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେବାକୁ ପଡ଼ିବ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗିଲ୍‌ ୧୦୦% ଫିଟ୍‌ନେସ୍‌ଠାରୁ ଖୁବ୍‌ ଦୂରରେ ଅଛନ୍ତି। ତାଙ୍କ ବେକରେ ଏବେ ବି ଯନ୍ତ୍ରଣା ରହିଛି। ହେଲେ ତାହାର ତୀବ୍ରତା ପୂର୍ବ ଅପେକ୍ଷା କମ୍‌ ରହିଛି।

ଏବେ ରିକଭର କରୁଛନ୍ତି। ତାଙ୍କ ଉପରେ ବିସିସିଆଇ ମେଡିକାଲ ଦଳ ନଜର ରଖିଛି। ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନା, ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି। ତେବେ ସେ ମେଡିକାଲ ରିପୋର୍ଟରେ ଫିଟ୍‌ ହୋଇପାରନ୍ତି। କିନ୍ତୁ ୫ ଦିନିଆ କଷ୍ଟକର ଟେଷ୍ଟ ମ୍ୟାଚ୍‌ ତାଙ୍କ ସମସ୍ୟାକୁ ବଢ଼ାଇ ଦେଇପାରେ।

Share
Tags: Shubman Gill