ସାରା ତେନ୍ଦୁଲକରଙ୍କ ମୁହଁକୁ ବି ଚାହିଁଲେ ନାହିଁ ଗିଲ, ଭାଇରାଲ Videoକୁ ନେଇ…

ନୂଆଦିଲ୍ଲୀ,୯।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଉଭୟଙ୍କୁ ଇଂଲଣ୍ଡରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଗିଲ ଏବଂ ସାରା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂହଙ୍କ YouWeCan ଫାଉଣ୍ଡେଶନର ଚ୍ୟାରିଟି ଡିନରରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ସହ ଜଡିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଶୁଭମନ ଗିଲ ସାରା ତେନ୍ଦୁଲକରଙ୍କୁ ଅଣଦେଖା କରୁଥିବାର ଦେଖାଯାଇଛି। ଏହି ଭିଡିଓ କେବଳ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟି ନାହିଁ, ବରଂ ଏହା ଶୁଭମନ ଏବଂ ସାରାଙ୍କ ମଧ୍ୟରେ ପୂର୍ବରୁ ଚାଲିଥିବା ଗୁଜବକୁ ଏକ ନୂତନ ମୋଡ଼ ଦେଇଛି। ଯେତେବେଳେ ଶୁଭମନ ଗିଲ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ, ସାରା ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ଏବଂ ଗିଲ ତାଙ୍କ ସାମ୍ନା ଦେଇ ଚାଲିଯାଇଥିଲେ ହେଲେ ତାଙ୍କୁ ଚାହିଁ ନ ଥିଲେ। ସେହଭଳି ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ସାରା ଗିଲଙ୍କୁ ଦେଖିଥିଲେ ଏବଂ ଭାରତୀୟ ଅଧିନାୟକ ତାଙ୍କୁ ଅଣଦେଖା କରିଥିଲେ।

କହିରଖୁଛୁ, ଗିଲ ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚରେ ୫୮୫ ରନ କରିଛନ୍ତି। ଯେଉଁଥିରେ ତିନୋଟି ଶତକ (ଗୋଟିଏ ଦ୍ୱିଶତକ) ଅନ୍ତର୍ଭୁକ୍ତ। ଏଜବାଷ୍ଟନ ଟେଷ୍ଟରେ, ସେ ଉଭୟ ଇନିଂସରେ ମିଳିତ ଭାବରେ ୪୩୦ ରନ କରିଥିଲେ, ଯାହା ଏକ ଟେଷ୍ଟ ମ୍ୟାଚରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ।