ଦଳରୁ ବାଦ୍‌ ପଡ଼ିବା ପରେ ଗିଲଙ୍କ ବଡ଼ ପଦକ୍ଷେପ, ସାଲ୍ୟୁଟ୍‌ କରୁଛନ୍ତି ପ୍ରଶଂସକ

ମେଲବର୍ନ,୨୭।୧୨: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ସମାନ ସ୍ଥିତିରେ ଅଛନ୍ତି। ଏବେ ଉଭୟ ଟିମ୍‌ ମେଲବର୍ନ ଟେଷ୍ଟ ଜିତି ସିରିଜରେ ଆଗୁଆ ରହିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇଛନ୍ତି। ମେଲବର୍ନରେ ଚତୁର୍ଥ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଶୁଭମନ ଗିଲଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦେଇଛି। ହେଲେ ଦଳରୁ ବାହାରେ ରହିବା ସତ୍ତ୍ୱେ ଗିଲ ଟିମ୍‌ ଇଣ୍ଡିଆ ସହ ଖେଳୁଥିବା ନଜର ଆସିଛନ୍ତି।

ମେଲବର୍ନ ଟେଷ୍ଟରେ ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଗିଲ୍‌ ନେଟ୍‌ସରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖାଯାଇଛି। ବାହାରେ ବସିଥିଲେ ହେଁ ଖେଳ ପ୍ରତି ଥିବା ସମର୍ପଣ ଯୋଗୁ ଲାଇଭ୍‌ ମ୍ୟାଚ୍‌ ମଝିରେ ସେ ଅଭ୍ୟାସ କରିବାକୁ ପହଞ୍ଚିଥିଲେ। ସେ ଦ୍ୱିତୀୟ ଦିନ ତୃତୀୟ ସେଶନରେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ଗିଲଙ୍କ ପରିଶ୍ରମ ପାଇଁ ପ୍ରଶଂସକ ତାଙ୍କୁ ସାଲ୍ୟୁଟ୍‌ କରିଛନ୍ତି।

ତେବେ ଗିଲଙ୍କୁ ବାହାରେ ରଖିବା ପଛରେ ମେଲବର୍ନ ପିଚ୍‌କୁ ଦେଖି ଟିମ୍‌ ଚୟନ ଥିଲା। ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ଅଭିଷେକ ନାୟର ପ୍ରଥମ ଦିନ ଖେଳ ଶେଷ କରିବା ପରେ ଏହାକୁ ନେଇ ବଡ଼ ଖୁଲାସା କରିଥିଲେ। ସେ କହିଥିଲେ ଯେ ପିଚ୍‌କୁ ଦେଖି ରବିନ୍ଦ୍ର ଜାଡେଜାଙ୍କ ସହ ଅନ୍ୟ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କୁ ଟିମ୍‌ରେ ସାମିଲ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଗିଲ ଏକାଦଶରୁ ବାଦ୍‌ ପଡ଼ିଛନ୍ତି।

Share
Tags: Sports News