ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ମ୍ୟାଚ୍କୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଓଡ଼ିଶାର କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି।
ଦୁଇ ଦଳର ଖେଳାଳିମାନେ ବି ଆସିବା ଆରମ୍ଭ କଲେଣି। ତେବେ କଟକ ଟି୨୦ ମ୍ୟାଚ୍ରେ ଭାରତୀୟ ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ୍ ଖେଳିପାରନ୍ତି। ତାଙ୍କୁ ଏହି ମ୍ୟାଚ୍ରେ ଖେଳିବା ଲାଗି ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ ପକ୍ଷରୁ ଅନୁମତି ମିଳିଛି। ‘ଶୁବମନ ସିଓଇଠାରେ ସଫଳତାର ସହିତ ରେହାବିଲିଟେଶନ ପ୍ରକ୍ରିୟା ଶେଷ କରିଛନ୍ତି ଏବଂ ସମସ୍ତ ଫର୍ମାଟରେ ଖେଳିବା ପାଇଁ ଆବଶ୍ୟକ ଥିବା କ୍ରାଇଟେରିଆ ସେ ପୂରଣ କରିଛନ୍ତି’ ବୋଲି ସିଓଇ ପକ୍ଷରୁ ଟିମ୍ ମ୍ୟାନେଜରମେଣ୍ଟକୁ ଜଣାଇ ଦିଆଯାଇଛି। କୋଲକାତା ଟେଷ୍ଟରେ ଦେଖାଦେଇଥିବା ବେକଜନିତ ଆହତ ସମସ୍ୟା ଲାଗି ସେ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିଲେ।
Dharitri – Odisha’s No.1 Odia Daily