କୋଲକାତା,୧୬ା୧୧: ଭାରତ ଅଧିନାୟକ ଶୁବମନ ଗିଲ୍ ରବିବାର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ହେଲେ ସେ ଗୌହାଟି ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଶୁବମନ ସ୍ପିନର ସିମନ ହାର୍ମରଙ୍କ ବୋଲିଂରେ ଚୌକା ପାଇଁ ସୁଇପ୍ ଶଟ୍ ଖେଳୁଥିବା ବେଳେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ଟିମ୍ର ମେଡିକାଲ ଷ୍ଟାଫ୍ଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ ସେ ରିଟାୟର୍ଡ ହଟ୍ ଭାବେ ପଡ଼ିଆ ଛାଡ଼ିଥିଲେ।
ତାଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗିଲ୍ଙ୍କ ଅନୁପସ୍ଥିତିରେ ଉପ ଅଧିନାୟକ ରିଷଭ ପନ୍ତ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।