ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନ ସ୍ଥଗିତ: ସାମ୍ନାକୁ ଆସିଲା ବଡ଼ କାରଣ

ଫ୍ଲୋରିଡା,୧୧।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ମହାକାଶ ‘ଆକ୍ସିଓମ୍‌-୪’ ମିଶନର ଲଞ୍ଚତ୍ଂ’ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହି ମିଶନ ଅଧୀନରେ ସେମାନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ପଠାଯିବାର ଥିଲା। ସ୍ପେସଏକ୍ସ କମ୍ପାନୀ ଏହି ସୂଚନା ଦେଇଛି।

ସ୍ପେସଏକ୍ସ କମ୍ପାନୀ କହିଛି ଯେ, ରକେଟର ଏକ ଅଂଶରେ ତରଳ ଅମ୍ଳଜାନ (LOx) ଲିକ ହୋଇଛି, ଯାହା ଯୋଗୁ ଲଞ୍ଚକୁ ସ୍ଥଗିତ ରଖାଯାଇଛି। ରକେଟର ଯାଞ୍ଚ ସମୟରେ ଏହି ଲିକ ମିଳିଥିଲା। ବର୍ତ୍ତମାନ ବୈଷୟିକ ଦଳ ଏହି ସମସ୍ୟାର ସମାଧାନ କରୁଛନ୍ତି। ମରାମତି ସମ୍ପୂର୍ଣ୍ଣ ନ ହେବା ଏବଂ ଲଞ୍ଚ ପାଇଁ ଅନୁମତି ନ ମିଳିବା ପର୍ଯ୍ୟନ୍ତ କୌଣସି ନୂତନ ତାରିଖ ଦିଆଯିବ ନାହିଁ।

ବହୁପ୍ରତୀକ୍ଷିତ ‘ଆକ୍ସିଓମ୍‌-୪’ ମିଶନର ଲଞ୍ଚତ୍ଂ ବୁଧବାର ଭାରତୀୟ ସମୟ ସା ୫.୩୦ରେ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ଫାଲ୍‌କନ୍‌-୯ ରକେଟ ଯୋଗେ ହେବାର ଥିଲା। ଏହି ମିଶନ ସହ ଭାରତ ମହାକାଶ କ୍ଷେତ୍ରରେ ଇତିହାସ ରଚିଥାନ୍ତା। ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ତଥା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ପହଥିଥାନ୍ତେ। ସେହିପରି ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ସେ ଦ୍ୱିତୀୟ ଭାରତୀୟ ହୋଇଥାନ୍ତେ। କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି।