Categories: Home Leftଖେଳ

ଭାରତ ଏ’ ଦଳର ନେତୃତ୍ୱ ନେବେ ଶ୍ରେୟସ

ନୂଆଦିଲ୍ଲୀ,୬ା୯: ଆଗାମୀ ଏସିଆ କପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବା ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ବହୁ ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୬ ତାରିଖଠାରୁ ଲକ୍ଷ୍ନୌରେ ଆରମ୍ଭ ହେବ। ଭାରତ ଏ’ ଦଳରେ ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ନୀତୀଶ ରେଡ୍ଡୀ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଟେଷ୍ଟ ଦଳର ସଦସ୍ୟ ରହିଛନ୍ତି। ଏସିଆ କପ୍‌ ଦଳରେ ସ୍ଥାନ ପାଇ ନ ଥିବା ଲୋକେଶ ରାହୁଲ ଓ ମହମ୍ମଦ ସିରାଜଙ୍କୁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ ଲାଗି ଦଳରେ ସାମିଲ କରାଯାଇଛି। ଦୁଇଟି ବହୁ ଦିନିଆ ମ୍ୟାଚ୍‌ ପରେ ଭାରତ ଏ’ ଓ ଅଷ୍ଟ୍ରେଲିଆ ଏ’ ମଧ୍ୟରେ ୩ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ଭାରତ ଏ’ ଦଳ: ଶ୍ରେୟସ ଆୟାର (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ଏନ୍‌ ଜଗଦିଶନ (ଉଇକେଟକିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉପ ଅଧିନାୟକ ଓ ଉଇକେଟକିପର), ଦେବଦତ୍ତ ପାଡିକଲ, ହର୍ଶ ଦୁବେ, ଆୟୁଷ ବଦୋନୀ, ନୀତୀଶ ରେଡ୍ଡୀ, ତନୁଷ କୋଟିଆନ, ପ୍ରସିଦ୍ଧ କ୍ରିଷ୍ଣା, ଗୁର୍ନୁର ବ୍ରାର, ଖଲିଲ ଅହମ୍ମଦ, ମାନବ ସୁଥାର ଓ ୟଶ ଠାକୁର।