ସିଡ୍ନୀ,୩୦ା୧୦: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ ଗୁରୁତର ଆହତ ହେବା ପରେ ଭାରତୀୟ ଦଳର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି। ଏକ କ୍ୟାଚ୍ ନେବାକୁ ଉଦ୍ୟମ କଲା ବେଳେ ୩୦ ବର୍ଷୀୟ ବ୍ୟାଟରଙ୍କ ବାମ ପଞ୍ଜରା ତଳ ଭାଗରେ ଗଭୀର ଆଘାତ ଲାଗିଥିଲା।
ଏଥିଯୋଗୁ ୨ ଦିନ ଧରି ଆଇସିୟୁରେ ରଖାଯିବା ସହ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ‘ମୁଁ ବର୍ତ୍ତମାନ ରିକଭରୀ ପ୍ରକ୍ରିୟାରେ ଅଛି ଏବଂ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟରେ ସୁଧାର ଆସୁଛି’ ବୋଲି ଶ୍ରେୟସ ତାଙ୍କର ଏକ୍ସ’ ଓ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।