Categories: Home Leftଖେଳ

ଜନ୍ମଦିନରେ ଭାରତ ଏକାଦଶକୁ ଫେରିଲେ ଶ୍ରେୟସ: ଏହି କାରଣରୁ ବାହାରିଲେ ମନିଷ ପାଣ୍ଡେ

ସିଡ୍‌ନୀ,୬।୧୨: ସ୍ଥାନୀୟ ସିଡ୍‌ନୀ କ୍ରିକେଟ ପଡ଼ିଆରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଥିଲା। ଅଧିନାୟକ ବିରାଟ କୋହଲି ରବିନ୍ଦ୍ର ଜାଡେଜା, ମହମ୍ମଦ ସାମୀ ଏବଂ ମନିଷ ପାଣ୍ଡେଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ ଏବଂ ଶ୍ରେୟସ ଅୟରଙ୍କୁ ସୁଯୋଗ ଦେଇଛନ୍ତି। ତେବେ ବିଶେଷ ଭାବେ ମନିଷଙ୍କ ସ୍ଥାନରେ ଶ୍ରେୟସଙ୍କ ଖେଳିବା ରୋଚକ ପରିଣାମ ଆଣିଛି। କାରଣ ଆଜି ଶ୍ରେୟସଙ୍କ ଜନ୍ମଦିନ। ୧୯୯୪ ଡିସେମ୍ବର ୬ରେ ଶ୍ରେୟସଙ୍କ ଜନ୍ମ। ପାଣ୍ଡେଙ୍କ କହୁଣୀରେ ଆଘାତ ଲାଗିଥିବା ହେତୁ ତାଙ୍କ ସ୍ଥାନରେ ଶ୍ରେୟସଙ୍କୁ ସ୍ଥାନ ମିଳିଛି। ଅପରପକ୍ଷେ ଅଷ୍ଟ୍ରେଲିଆ ଟିମ୍‌ରେ ତିନୋଟି ପରିର୍ତ୍ତନ ମଧ୍ୟ କରାଯାଇଛି। ଅଧିନାୟକ ଆରୋନ ଫିଞ୍ଚ ଆଘାତ ଯୋଗୁ ଦଳରୁ ବାହାର ହୋଇଛନ୍ତି। ଏହାଛଡ଼ା ଜୋଶ ହେଜଲଉଡ୍‌ ଏବଂ ମାଇକେଲ ଷ୍ଟାର୍କ ମଧ୍ୟ ଦଳରୁ ବାହାର ହୋଇଛନ୍ତି।