ଦୀପାବଳିରେ ପ୍ରଶଂସକମାନଙ୍କୁ ଟ୍ରିଟ୍ ଦେଲେ ଶ୍ରେୟସ ଆୟର, ଆଦା ଶର୍ମାଙ୍କ ସହିତ ମ୍ୟୁଜିକ ଭିଡିଓ ଲଞ୍ଚ

ମୁମ୍ବାଇ,୧୯।୧୦: ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ଶ୍ରେୟସ ଆୟାର ଦୀପାବଳିରେ ପ୍ରଶଂସକଙ୍କୁ ଖାସ ଉପହାର ଦେଇଛନ୍ତି। ସେ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ଏକ ନୂଆ ମ୍ୟୁଜିକ ଭିଡିଓ ‘ବୁଲଟ ଆଶିକାନା’ରେ ନଜର ଆସିଛନ୍ତି, ଯାହା ରବିବାର ଲଞ୍ଚ ହୋଇଛି। ଏକ ଲୋକପ୍ରିୟ ମୋବାଇଲ ଗେମିଂ ପ୍ଲାଟଫର୍ମର ଦୀପାବଳି ଥିମ୍‌ କ୍ୟାମ୍ପେନର ଅଂଶ ଏହି ଗୀତ।

ଶ୍ରେୟସ ଓ ଅଦାଙ୍କ ନୃତ୍ୟ ଓ ଅଭିନୟ ଦୀପାବଳିର ଉତ୍ସାହକୁ ଆହୁରି ରଙ୍ଗୀନ କରିଛି। ସୋସିଆଲ ମିଡିଆରେ ଏହି ଗୀତ ଝଡ଼ ପରି ଭାଇରାଲ ହେଉଛି। ପ୍ରଶଂସକମାନେ ଶ୍ରେୟସଙ୍କ ନୂଆ ଅଭିନୟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେ ସାଧାରଣତଃ କ୍ରିକେଟ ମୈଦାନରେ ଶାନ୍ତ ଖେଳ ପାଇଁ ଜଣାଶୁଣା। ଅଦା ଶର୍ମାଙ୍କ ଉତ୍ସାହ ଓ ଅଭିବ୍ୟକ୍ତି ଗୀତଟିକୁ ଆହୁରି ଆକର୍ଷଣୀୟ କରିଛି।

ବର୍ତ୍ତମାନ ଶ୍ରେୟସ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତିନି ମ୍ୟାଚ ବିଶିଷ୍ଟ ଓଡିଆଇ ସିରିଜରେ ସେ ଖେଳୁଛନ୍ତି। ପର୍ଥରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ସେ ୨୪ ବଲରେ ୧୧ ରନ କରି ହେଜଲଉଡ଼ଙ୍କ ବଲରେ ଆଉଟ ହୋଇଥିଲେ।

Dharitri – Odisha’s No.1 Odia Daily