ଦୋକାନ ସଟର ଭାଙ୍ଗି ଗହଣା ଲୁଟ୍‌

ସାବରଙ୍ଗ,୨୪ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇଚ୍ଛାପୁର ବାସୁଦେବପୁର ରାସ୍ତାର ଗଗନ ବାବୁ ଛକଠାରେ ଥିବା ମା’ ମଙ୍ଗଳା ଗହଣା ଦୋକାନରୁ ରବିବାର ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ୧୨ ଭରି ସୁନା ଅଳଙ୍କାର ଓ ୪ କେଜି ରୁପା ଅଳଙ୍କାର ଲୁଟ୍‌ ହୋଇଛି। ସୋମବାର ସକାଳେ ଦୋକାନୀ ରବୀନ୍ଦ୍ର ସାହୁ ଦୋକାନ ଚୋରି ହୋଇଥିବାର ଦେଖି ବାସୁଦେବପୁର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।