ନିଆଁ ଲାଗି ଜଳିଗଲା ଦୋକାନ, ୧୦ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ସାବରଙ୍ଗ,୧୦ା୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘର ପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ଅଶୋକ ନାୟକଙ୍କ ଦୋକାନରେ ରବିବାର ରାତିରେ ନିଆଁ ଲାଗି ଜଳିଯାଇଛି, ଦୋକାନରେ ଥିବା ଦୁଇଟା ବାଇକ୍‌ ଓ ତେଜରାତି ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ଜଳିଯାଇଛି। ବାସୁଦେବପୁର ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇ ଥିଲେ।