ହିଞ୍ଜିଳିକାଟୁ, ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଥମିବାର ନାଁ ଧରୁନି। ଲାଗାତର ଚୋରି କାରଣରୁ ଜନସାଧାରଣ ଆଉ ସୁରକ୍ଷିତ ମନେ କରୁନାହାଁନ୍ତି। ଅନ୍ୟପକ୍ଷରେ ଅଞ୍ଚଳରେ ଜୁଆଖେଳ, ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହେଉନାହିଁ।
ରବିବାର ରାତିରେ ସହରର ଜାତୀୟ ରାଜପଥ ନଂ -୫୯ ଉପରେ ଏକ ପାଟ୍ରୋଲ ପମ୍ପ ନିକଟରେ ଥିବା ଭେରାଇଟ ଦୋକାନରୁ ଚୋରି ଅଭିଯୋଗ ହୋଇଛି। ଦୁବୃର୍ତ୍ତ ଦୋକାନ କବାଟ ଭାଙ୍ଗି ୨୦ହଜାରରୁ ଉଦ୍ଧର୍ବ ବିଭିନ୍ନ ସାମଗ୍ରୀ ସହ ନଗଦ ଟଙ୍କା ଚୋରି କରିଛନ୍ତି। ଏ ନେଇ ଦୋକାନ ମାଲିକ ସିଲୁସାହୁ ହିଞ୍ଜିଳି ପୋଲିସ ଥାନାରେ ଅଭିଯୋଗ କରିଛନ୍ତି। ଦୁବୃର୍ତ୍ତମାନେ ଚୋରି ସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ମେଶିିନ ତାଡି ନେଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଥାନାରେ ମାମଲା ନଂ ୮୧୬/୨୫ ରୁଜୁ ହୋଇଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ସହର ସମେତ ଆଖପାଖ ଅଞ୍ଚଳରେ ଲଗାତାର ଚୋରି ଯୋଗୁ ସାଧାରଣ ଲୋକ ଆଉ ସୁରକ୍ଷିତ ମନେ କରୁନାହାଁନ୍ତି।
Dharitri — Odisha’s No.1 Trusted Odia Newspaper