**EDS: HANDOUT PHOTO MADE AVAILABLE FROM SPORTSCOMM ON FRIDAY, JUNE 25, 2021.** Osijek: Indian sports shooters Manu Bhaker and Saurabh Chaudhary, pose after winning silver medals in 10M Air Pistol Mixed Team event at International Shooting Sport Federation (ISSF) World Cup, in Osijek. (PTI Photo)(PTI06_26_2021_000210B)
ଓସିଜେକ୍ (କ୍ରୋଏସିଆ), ୨୭ା୬ (ପି.ଟି.)-ଚଳିତ ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଭାରତୀୟ ଯୋଡ଼ି ସୌରଭ ଚୌଧାରୀ ଓ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡ଼ି ରୁଷିଆର ଭିଟାଲିନା ବାତସାରାକ୍ସିନା ଓ ଆର୍ଟେମ ଚେର୍ଣ୍ଣୋସୋଭ୍ଙ୍କଠାରୁ ୧୨-୧୬ରେ ହାରିଯାଇଥିଲେ। ଏହି ଇଭେଣ୍ଟରେ ଭାଗନେଇଥିବା ଅନ୍ୟ ଭାରତୀୟ ଯୋଡ଼ି ଯଶସ୍ବିନୀ ସିଂ ଦେସଓ୍ବାଲ ଓ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଯାଇଛନ୍ତି। ଇରାନର ଗୋଲ୍ନୋସ୍ ସେବ୍ଘାତୋଲାହି ଓ ଜାଭେଦ ଫୋରୋଘି ସେମାନଙ୍କୁ ୧୭-୭ରେ ହରାଇ ଦେଇଥିଲେ। ଶନିବାର ଭାରତୀୟ ରାଇଫଲ ଶୁଟରମାନଙ୍କ ପାଇଁ ଖରାପ ଦିନ ଥିଲା। ୧୦ମିଟର ଏୟାର ମିକ୍ସଡ ଇଭେଣ୍ଟରେ ଭାରତର ଦୁଇ ଦଳ ଫାଇନାଲ ପ୍ରବେଶରେ ବିଫଳ ହୋଇଥିଲେ। ଇଲାଭେନିଲ ଭାଲାରିଭାନ୍ ଓ ଦିବ୍ୟାଂଶ ସିଂ ପନଓ୍ବାର ଦ୍ୱିତୀୟ କ୍ୱାଲିଫିକେଶନ ରାଉଣ୍ଡରେ କେବଳ ପହଞ୍ଚତ୍ ପାରିଥିଲେ। ଉଭୟେ ମୋଟ ୪୧୬.୧ ପଏଣ୍ଟ ସ୍କୋର ସହ ୬ଷ୍ଠ ସ୍ଥାନରେ ରହିଥିଲେ। ଅଞ୍ଜୁମ ମୋଦଗିଲ୍ ଓ ଦୀପକ କୁମାର ପ୍ରଥମ କ୍ୱାଲିଫାଇଂ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଥିଲେ। ଚୌଧାରୀ ଓ ଭାକର ରୌପ୍ୟ ଜିତିବା ଦ୍ୱାରା ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚତ୍ଛି। ଉଭୟ ଶୁଟର ଇତିମଧ୍ୟରେ ଗୋଟିଏ ଲେଖାଏ ବ୍ରୋଞ୍ଜ ଜିତିସାରିଥିଲେ। ଚୌଧାରୀ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏକ ବ୍ରୋଞ୍ଜ ଜିତିଥିବା ବେଳେ ଦେସଓ୍ବାଲ ଓ ରାହି ସାର୍ନୋବତ୍ଙ୍କ ସହ ଭାକର ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ। ରୁଷିଆ ୩ ସ୍ବର୍ଣ୍ଣ, ସମାନ ସଂଖ୍ୟକ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଶୁଟିଂ ଟିମ୍ ପାଇଁ ଏହା ହେଉଛି ଶେଷ ଇଭେଣ୍ଟ।