ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ ଡାଇରେକ୍ଟର ଏସଏସ ରଜମୌଲି ନିର୍ଦ୍ଦେଶରେ ନିର୍ମିତ ଫିଲ୍ମ ଶୁଟିଂ ପାଇଁ ସାଉଥ ଅଭିନେତା ମାହେଶଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ କରୁଛନ୍ତି। ତଳମାଳି ପର୍ବତରେ ଏହି ଶୁୁଟିଂ କରାଯାଉଛି। । ଦୁର୍ଗା ଅଟର୍‌ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ମହେଶ ବାବଙ୍କ ୨୯ ତମ ଫିଲ୍ମ। ଚଳିତ ମାସ ୨୮ପର୍ଯ୍ୟନ୍ତ ତଳମାଳି ଓ ଅନ୍ୟ ଅଞ୍ଚଳରେ ଫିଲ୍ମ ଶୁଟିଂ ପାଇଁ ଜିଲା ପ୍ରଶାସନ ଓ ପୋଲିସ ରାଜାମୌଲିଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ ହିରୋ ହିରୋଇନ, ନିର୍ଦ୍ଦେଶକ ନିକଟସ୍ଥ ଆଦିବାସୀ ଗ୍ରାମଗୁଡ଼ିକୁ ପରିଦର୍ଶନ କରୁଛନ୍ତି। ଗ୍ରାମରେ ସଂସ୍କୃତି ପରିବେଶ ଉପରେ ଆନନ୍ଦ ଅନୁଭବ କରୁଛନ୍ତି। ନିର୍ଦ୍ଦେଶକ ରାଜାମୌଲି ରବିବାର ରାତିରେ ନିକଟସ୍ଥ ତାଙ୍କୁବେଡ଼ା ଗାଁକୁ ଯାଇ ସେଠାରେ ଆଦିବାସୀ ଯୁବକମାନଙ୍କ ସହିତ ଭଲିବଲ ଖେଳିଥିଲେ। ଯାହା ଆଲୋଚନାର ବିଷୟ ପାଲଟିଥିଲା। ନିର୍ଦ୍ଦେଶକ ରାଜାମୌଲିଙ୍କ ଭଲିବଲ ଖେଳୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।