ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଟ୍ରକରେ ନିଜ ଜିନିଷ ନିଜେ ଲୋଡ କଲେ ପାକିସ୍ତାନ ଖେଳାଳି

କାନବେରା,୨।୧୨: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ କ୍ରିକେଟ ଦଳକୁ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ପ୍ରଥମ ଟେଷ୍ଟ ୧୪ଡିସେମ୍ବରରୁ ଖେଳାଯିବ। ଏହାପୂର୍ବରୁ ୬ଡିସେମ୍ବରରେ ଚାରି ଦିନିଆ ୱାର୍ମ ଅପ ମ୍ୟାଚ ହେବ, ଯେଉଁଥି ପାଇଁ ପାକିସ୍ତାନ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଛି। କିନ୍ତୁ ଅଷ୍ଟ୍ରେଲିଆର ବିମାନବନ୍ଦରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ମହମ୍ମଦ ରିଜୱାନଙ୍କ ସମେତ ଅନେକ ପାକିସ୍ତାନୀ ଖେଳାଳି ନିଜ ଲଗେଜ ଟ୍ରକରେ ଲୋଡ କରୁଥିବା ଦେଖାଯାଇଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପାକିସ୍ତାନ କ୍ରିକେଟ ଦଳର କିଛି ଖେଳାଳି ଲଗେଜ ସହିତ ଠିଆ ହୋଇଥିବାବେଳେ କେହି କେହି ଲଗେଜ ଟ୍ରକରେ ରଖିଛନ୍ତି। ଏହି ସମୟ ମଧ୍ୟରେ ମହମ୍ମଦ ରିଜଓ୍ବାନଙ୍କୁ ଟ୍ରକ ଭିତରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ଯେଉଁଥିରେ ଲଗେଜ ରଖାଯାଇଥିଲା। ଏହି ଭିଡିଓ ବାସ୍ତବରେ ଆଶ୍ଚର୍ଯ୍ୟଚକିତ କରିଛି। ସମସ୍ତ ଖେଳାଳି ଗୋଟିଏ ପରେ ଗୋଟିଏ ଟ୍ରକରେ ସେମାନଙ୍କର ଲଗେଜ ଲୋଡ କରୁଛନ୍ତି। ଏହି ସମୟରେ କିଛି ପ୍ରଶଂସକ ପାକିସ୍ତାନୀ ଖେଳାଳିଙ୍କଠାରୁ ସେଲଫି ନେବାକୁ କହୁଥିବା ମଧ୍ୟ ଦେଖିବାକୁ ମିଳିଛି। କହିବାକୁ ଗଲେ, ଏହା ଏକ ଆକର୍ଷଣୀୟ ଦୃଶ୍ୟ, ଯାହାକୁ ଆପଣ ବାରମ୍ବାର ଦେଖିବାକୁ ପାଇନାହାଁନ୍ତ।
ଯେତେବେଳେ ପାକିସ୍ତାନୀ ଖେଳାଳିମାନେ ନିଜ ଲଗେଜକୁ ଟ୍ରକରେ ଲୋଡ କରୁଥିଲେ, ସେତେବେଳେ ପାକିସ୍ତାନ ଦୂତାବାସର କିମ୍ବା କ୍ରିକେଟ ଅଷ୍ଟ୍ରେଲିଆର କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଏହି ଘଟଣା ଅଷ୍ଟ୍ରେଲିଆର ସିଡନୀ ବିମାନବନ୍ଦରରେ ଘଟିଛି।