ରୁଷିଆକୁ ଝଟ୍‌କା, ନର୍ଡ ଷ୍ଟ୍ରିମ-୨ ପାଇପ୍‌ଲାଇନ୍‌ ଉପରେ ଜର୍ମାନୀ ଲଗାଇଲା ରୋକ…

ମସ୍କୋ/ବର୍ଲିନ୍‌, ୨୨।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଜର୍ମାନୀ କଟକଣା ଘୋଷଣା କରିଛି। ଜର୍ମାନୀ ରଷିଆର ନର୍ଡ ଷ୍ଟ୍ରିମ-୨ ପାଇପ୍‌ ଲାଇନ୍‌ ଉପରେ ରୋକ ଲଗାଇଛି। ଫଳରେ ରୁଷିଆକୁ ବଡ଼ ଝଟ୍‌କା ଲାଗିଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ଏହା କଡ଼ା ଜବାବ ବୋଲି ଜର୍ମାନୀ କହିଛି। ଏହି ପାଇପ୍‌ଲାଇନ୍‌ ମାଧ୍ୟମରେ ରୁଷିଆ ୟୁରୋପୀୟ ଦେଶକୁ ଗ୍ୟାସ୍‌ ପଠାଇବାକୁ ଚାହଛି।

ନର୍ଡ ଷ୍ଟ୍ରିମ-୨ ରୁଷିଆର ଏକ ଉଚ୍ଚାଭିଳାଷୀ ଅଣ୍ଡର ୱାଟର ଗ୍ୟାସ ପାଇପଲାଇନ ପ୍ରକଳ୍ପ। ଏହା ପଶ୍ଚିମ ରୁଷିଆ ଦେଇ ଉତ୍ତର-ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଗ୍ୟାସ ପାଇପଲାଇନର ଲମ୍ବ ପ୍ରାୟ ୧,୨୭୫ କିଲୋମିଟର। ଏହି ପ୍ରକଳ୍ପଟି ରୁଷିଆର ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଗଜପ୍ରୋମର ମାଲିକାନାରେ ରହିଛି। ପ୍ରକଳ୍ପଟି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ୟୁରୋପୀୟ ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇନାହିଁ।

Share