ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଗତ କିଛି ବର୍ଷ ହେବ ତାଙ୍କ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ବିବାଦୀୟ ବୟାନ ହେଉ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି, ଏହି ପାକିସ୍ତାନୀ କ୍ରିକେଟର ଖବରରେ ରହିଆସିଛନ୍ତି। ଗତ ବର୍ଷ, ମାଲିକ ତାଙ୍କ ପୂର୍ବତନ ସସ୍ତ୍ରୀ ତଥା ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ପ୍ରତାରଣା କରି ତୃତୀୟ ଥର ବିବାହ କରିବା ପାଇଁ ସମାଲୋଚନାର ଶିକାର ହୋଇଥିଲେ। ଏବେ ସେ ତାଙ୍କ ତୃତୀୟ ବିବାହରେ ସବୁକିଛି ଠିକ ଚାଲିନାହିଁ। ବ୍ରେକଅପ ନେଇ କଳ୍ପନାଜଳ୍ପନା ଚାଲିଛି। ସୋଏବ ମାଲିକ ଏବଂ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦ ଜାନୁଆରୀ ୨୦୨୪ରେ ବିବାହ କରିଥିଲେ।
ସାନିଆଙ୍କଠାରୁ ଛାଡପତ୍ର ପରେ, ସୋଏବ ତୃତୀୟ ଥର ପାଇଁ ସାନା ଜାଭେଦଙ୍କୁ ବିବାହ କରିଥିଲେ। ତଥାପି, ଦେଢ଼ ବର୍ଷ ପରେ ବିବାହ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସୋଏବ ଏବଂ ସନା ଏକ କାର୍ଯ୍ୟକ୍ରମରେ ଏକାଠି ବସିଥିବାର ଦେଖାଯାଇଛି। କିନ୍ତୁ ସେମାନଙ୍କୁ କୌଣସି କଥାବାର୍ତ୍ତା କରୁଥିବାର ଦେଖାଯାଇନାହିଁ। ସୋଏବ ଅଟୋଗ୍ରାଫ ଦେଉଥିଲେ, ସନା ଏପଟେ ମୁହଁ କରି ବସିଥିଲେ, ତାଙ୍କ ମୁହଁରୁ ସ୍ପଷ୍ଟ ଭାବରେ ଅସନ୍ତୋଷ ଦେଖାଯାଉଥିଲା।
ଏହି ଭିଡିଓ ଭାଇରାଲ ହେବା ପରଠାରୁ, କଳ୍ପନାଜଳ୍ପନା ଜୋର ଧରିଛି ଯେ, ମଲିକ ଏବଂ ସନାଙ୍କ ସମ୍ପର୍କ ମଧ୍ୟ ଭାଙ୍ଗିବାକୁ ବସିଛି। ତଥାପି ଏହାର ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋଏବ ମାଲିକଙ୍କ ପ୍ରଥମ ସ୍ତ୍ରୀ ଆୟେଶା ସଇଦ ଥିଲେ। ଉଭୟଙ୍କ ସମ୍ପ ୮ ବର୍ଷ ପରେ ଭାଙ୍ଗି ଥିଲା। ତା’ପରେ ସାନିଆ ଏବଂ ସୋଏବ ୨୦୧୦ରେ ବିବାହ କରିଥିଲେ, କିନ୍ତୁ ୨୦୨୪ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସନା ହେଉଛନ୍ତି ସୋଏବଙ୍କ ତୃତୀୟ ସ୍ତ୍ରୀ। ଏହା ସନାଙ୍କ ଦ୍ୱିତୀୟ ବିବାହ।