ଶିବରାଜ ସରକାରଙ୍କ ବଡ଼ ଘୋଷଣା: ଛାଡ ହେବ ବିଜୁଳି ବିଲ୍‌ !

ଭୋପାଳ,୨୮।୮: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଶିରାଜ ସିଂ ଚୌହାନ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ଏବେ ବିଜୁଳି ବିଲ୍‌କୁ ନେଇ କେହି ଗ୍ରାହକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ ସରକାର ବକେୟା ବିଲ୍‌ ଛାଡ କରିବାକୁ ଯୋଜନା କରୁଛନ୍ତି। ଉପଭୋକ୍ତା କେବଳ ଗୋଟିଏ ମାସର ବିଲ୍‌ ଦେବେ ଓ ଅନ୍ୟ ସମସ୍ତ ବକେୟା ବିଲ୍‌ ଛାଡ କରାଯିବାକୁ ଚିନ୍ତା କରାଯାଇଛି। ଏହାସହ ଚୌହାନ କହିଛନ୍ତି NEET ଓ JEE ନିର୍ଦ୍ଧାରିତ ସମୟରେ ହେବ। ଏହା ପିଲାମାନଙ୍କର ଭବିଷ୍ୟତ ଉପରେ ନିର୍ଭର କରୁଥିବାରୁ ଏଥିରେ କୌଣସି ସାଲିସ କରାଯିବ ନାହିଁ। ଫଳରେ ପିଲାମାନେ ଆଉ ଗୋଟିଏ ବର୍ଷ ନଷ୍ଟ କରିବେ ନାହିଁ ବୋଲି ସେ କହିଛନ୍ତି।

Share