ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ପୋଷା କୁକୁର ମୋତିର ନିଜ ମାଲିକଙ୍କ ପ୍ରତି ବିଶ୍ୱସ୍ତତା ଏହି ଭିଡିଓରେ ଦେଖାଯାଉଛି । ଏହି ଭିଡିଓ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି ।
ବିଶେଷକଥା ହେଉଛି ଶିବପୁରୀ ପୋଲିସ ହିଁ ମାଲିକ ଏବଂ ତାଙ୍କ ପାଳିତ କୁକୁର ମୋତିଙ୍କ ମଧ୍ୟରେ ବନ୍ଧୁତାର ଏକ ଭାବପ୍ରବଣ ଭିଡିଓ ପ୍ରକାଶ କରିଛି । ଯାହା ଇଣ୍ଟରନେଟରେ ଭାଇରାଲ ହୋଇଛି । କୁହାଯାଉଛି ଯେ ମାଲିକଙ୍କ ଆତ୍ମହତ୍ୟା ପରେ କୁକୁରଟି ଖାଇବା ପିଇବା ବନ୍ଦ କରିଦେଇଛି । ରିପୋର୍ଟ ଅନୁସାରେ, ବାଡୋରା ଗାଁର ବାସିନ୍ଦା ୪୦ବର୍ଷୀୟ ଜଗଦୀଶ ପ୍ରଜାପତି ସୋମବାର ଦିନ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ପରିବାର ଲୋକ ଦେଖିଲେ ଯେ ମୃତକଙ୍କ ପୋଷା କୁକୁର ମୋତି ରାତିସାରା ମୃତଦେହ ପାଖରେ ବସି ରହିଥିଲା, ଯେପରି ସେ ତାଙ୍କ ମାଲିକଙ୍କୁ ଜଗି ରହୁଥିଲା।
କୁକୁରଟି ମାଲିକଙ୍କ ଶବଦାହ ପରେ ଘରକୁ ଫେରିଥିଲା, ଅତ୍ୟନ୍ତ ଦୁଃଖିତ ବୋଲି କୁହାଯାଉଛି । ମାଲିକଙ୍କ କୋଠରୀରେ ଥିବା ଫାଶୀକୁ ଚାହିଁ ରହିଛି, ଯେଉଁ କୋଠରୀରେ ତା’ର ମାଲିକ ସୋମବାର ରାତିରେ ନିଜକୁ ଫାଶୀ ଦେଇଥିଲା। ସେହି ରାତିରେ, କୁକୁରଟି ତା’ର ମାଲିକଙ୍କୁ ଫାଶୀ ଦେବାରୁ ନିବୃତ୍ତ କରିବା ପାଇଁ ଅନବରତ ଭୁକିଥିଲା, କିନ୍ତୁ ଜଗଦୀଶ ମନା କରିଦେଇଥିଲା। ମୋତିଙ୍କ ତାଙ୍କ ମାଲିକ ଜଗଦୀଶଙ୍କ ପ୍ରତି ପ୍ରେମ ଏତେ ଗଭୀର ଥିଲା ଯେ ସେ ସବୁବେଳେ ତାଙ୍କ ସହିତ ରହୁଥିଲେ । ହୁଏତ ସେ ତାଙ୍କ ମାଲିକଙ୍କୁ ରକ୍ଷା କରିପାରି ନ ଥିବାରୁ ଅନୁତାପ କରୁଥିବା କୁହାଯାଉଛି । ପୋଲିସ ଷ୍ଟେସନ୍ ଇନଚାର୍ଜ ମଧ୍ୟ କୁକୁରର ବିଶ୍ୱସ୍ତତାରେ ପ୍ରଭାବିତ ହୋଇ କୁକୁରକୁ ପ୍ରଶଂସା କରି ଏକ ଭିଡିଓ ଜାରି କରିଛନ୍ତି ।