ଶିବାଶିଷ ହେଲେ ଛତ୍ରପୁରର ନୂତନ ଉପଜିଲାପାଳ

ଛତ୍ରପୁର,୨୩।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁରର ନୂତନ ଉପଜିଲାପାଳ ଭାବେ ଶିବାଶିଷ ବରାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଶେରଗଡ଼ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ, ବିକାଶମୂଳକ ଯୋଜନାର କାର୍ଯ୍ୟକାରୀ ଓ ଧାନସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ତାଙ୍କୁ ସମସ୍ତ କର୍ମଚାରୀ ସ୍ବାଗତ କରିଥିଲେ। ସୂଚନା ଥାଉକି, ପ୍ରାକ୍ତନ ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତଙ୍କୁ ଅନୁଗୋଳ ଜିଲା ସିଡିଓ ଭାବେ ଚଚଳି ହୋଇଛି।