ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ଶିବମ୍ ଦୁବେ ୨୫ ବଲରେ ୪୩ ରନ କରି ରନ୍ଆଉଟ୍ ହୋଇଥିଲେ। ଚଳିତ ଟି୨୦ ବିଶ୍ୱକପ୍ରେ ସେ ତୃତୀୟ ଥର ପାଇଁ ରନଆଉଟ୍ ହୋଇଥିଲେ। ଟି୨୦ ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ରନଆଉଟ୍ ହେବାରେ ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମକକ୍ଷ ହୋଇଛନ୍ତି। ଧୋନୀ ୨୦୦୭ ଟି୨୦ ବିଶ୍ୱକପ୍ରେ ୩ ଥର ରନଆଉଟ୍ ହୋଇଥିଲେ। ଅନ୍ୟପକ୍ଷେ ଧୋନିଙ୍କ ୧୯ ବର୍ଷର ପୁରୁଣା ରେକର୍ଡ ଦୋହରାଇଛନ୍ତି ଶିବମ୍ ଦୁବେ।
ସେହିପରି ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୪ ଓଭର ବୋଲିଂ କରି ୬୪ ରନ ବ୍ୟୟରେ ୧ ଉଇକେଟ ନେଇଥିଲେ। ଏହା ଟି୨୦ ବିଶ୍ୱକପ୍ ଇତିହାସରେ ଭାରତୀୟଙ୍କ ବୋଲରଙ୍କ ପାଇଁ ସବୁଠୁ ମହାଙ୍ଗା ବୋଲିଂ ସ୍ପେଲ।
ତେବେ ଟି୨୦ ବିଶ୍ୱକପ୍ରେ ସବୁଠୁ ମହଙ୍ଗା ସ୍ପେଲ ପକାଇବାର ରେକର୍ଡ ଆମେରିକାର ସୌରଭ ନେତ୍ରଭାଲକରଙ୍କ ନାମରେ ରହିଛି। ସେ ଚଳିତ ସଂସ୍କରଣରେ ଭାରତ ବିପକ୍ଷରେ ୪ ଓଭରରେ ବିନା ଉଇକେଟରେ ୬୫ ରନ ବ୍ୟୟ କରିଥିଲେ।