ଫ୍ଲାଟ୍‌ କିଣିଲେ ଶିବମ ଦୁବେ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର ବିଷୟ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ଅଛନ୍ତି ଯିଏ କିଛି ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି, ସେ ହେଉଛନ୍ତି ଶିବମ ଦୁବେ। ସେ ସେମିଫାଇନାଲ ଏବଂ ଫାଇନାଲ ଉଭୟରେ ଛୋଟ କିନ୍ତୁ ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ପଡ଼ିଆ ପ୍ରଦର୍ଶନ ବ୍ୟତୀତ, ଶିବମ ଦୁବେ ଫାଇନାଲ ପରେ ଟ୍ରେନ ଯୋଗେ ଯାତ୍ରା କରିବାକୁ ନେଇ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏବେ ମୁମ୍ବାଇରେ ତାଙ୍କର ମହଙ୍ଗା ବଙ୍ଗଳା ପାଇଁ ମଧ୍ୟ ପୁଣି ଥରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଶିବମ ଦୁବେ ମୁମ୍ବାଇରେ କୋଟି କୋଟି ଟଙ୍କାର ୨ଟି ଫ୍ଲାଟ କିଣିଛନ୍ତି। ଭାରତୀୟ ଅଲରାଉଣ୍ଡର ମୁମ୍ବାଇର ଓଶିୱାରା ଅଞ୍ଚଳରେ ଏକ ଆବାସିକ କମ୍ପ୍ଲେକ୍ସ ମଧ୍ୟରେ ଦୁଇଟି ଫ୍ଲାଟ କିଣଛନ୍ତି, ଯାହାର ମିଳିତ ମୂଲ୍ୟ ୨୭.୫୦ କୋଟି ଥିଲା। ଏହି ଦୁଇଟି ଫ୍ଲାଟ ‘DLH Enclave’ରେ ଅବସ୍ଥିତ। ଏହା ସେ ଦେବ ଲ୍ୟାଣ୍ଡ ଆଣ୍ଡ ହାଉସିଂ ଲିମିଟେଡ ଠାରୁ କିଣିଥିଲେ।

ଉଭୟ ଫ୍ଲାଟ ଗୋଟିଏ କୋଠା ମଧ୍ୟରେ ଅବସ୍ଥିତ। ଗୋଟିଏ ଫ୍ଲାଟ ୧୭ ମହଲାରେ ଅବସ୍ଥିତ, ଅନ୍ୟଟି ୧୮ ମହଲାରେ ଅବସ୍ଥିତ। ଏହି ଫ୍ଲାଟଗୁଡ଼ିକ କିଣିବା ପାଇଁ କେବଳ ଷ୍ଟାମ୍ପ ଡ୍ୟୁଟି ବାବଦକୁ ୧.୬୫ କୋଟି ଟଙ୍କା ଦେଇଥିଲେ।

ଦୁବେ ଖେଳୁଥିବା ପ୍ରତ୍ୟେକ ଅନ୍ତର୍ଜାତୀୟ ଟି୨୦ ପାଇଁ BCCI ଠାରୁ ୩ ଲକ୍ଷ ଟଙ୍କାର ମ୍ୟାଚ ଫି’ ପାଆନ୍ତି। ଏହା ସହିତ, ତାଙ୍କର ଏକ ଗ୍ରେଡ ସି କେନ୍ଦ୍ରୀୟ ଚୁକ୍ତିନାମା ଅଛି, ଯାହା ତାଙ୍କୁ ବାର୍ଷିକ ୧ କୋଟି ଆୟ ଦିଏ। ଏହା ବ୍ୟତୀତ, ସେ ବର୍ତ୍ତମାନ IPLରେ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ। ଫ୍ରାଞ୍ଚାଇଜ ୨୦୨୫ ମେଗା ନିଲାମ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ୧୨ କୋଟିରେ ରଖିଥିଲା।

 

Dharitri – Odisha’s No.1 Odia Daily

 

Share