ଚକ୍‌ଖଡ଼ି, କାଗଜରେ ଶିବ ମନ୍ଦିର:ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏଲ୍‌.ଈଶ୍ୱର ରାଓ

ଖୋର୍ଦ୍ଧା,୨୬ା୨(ପ୍ରଭାତ ପାଣିଗ୍ରାହୀ):ଚକ୍‌ଖଡ଼ିରେ ଶିବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ସୂକ୍ଷ୍ମ କାରୁକାର୍ଯ୍ୟ ଶିଳ୍ପୀ ଏଲ୍‌.ଈଶ୍ୱର ରାଓ। ଜଟଣୀ ହାଟବଜାର ଗୋପୀନାଥପୁରର ଈଶ୍ୱର ଚକ୍‌ଖଡ଼ି ଓ କାଗଜକୁ ନେଇ ୭ଇଞ୍ଚର ଶିବ ମନ୍ଦିର ପ୍ରସ୍ତୁତ କରିଛନ୍ତି। ଏହି ମନ୍ଦିର ଉଚ୍ଚତା ୭ ଇଞ୍ଚ, ସାଢ଼େ ୫ଇଞ୍ଚ ଚଉଡ଼ା, ୦.୫ସେମିର ୪ଟି ଶିବ ମୂର୍ତ୍ତି ରହିଛି। ମନ୍ଦିର ଚାରିପାଖରେ ଚକଖଡିରେ ୨୫ଟି ପାର୍ଶ୍ୱଦେବଦେବୀଙ୍କ ମୂର୍ତ୍ତି ରହିଛି। ଯେଉଁଥିରେ ଏକ ଇଞ୍ଚର ଗଣେଶ, କାର୍ତ୍ତିକ, ପାର୍ବତୀ, ନନ୍ଦୀ ଆଦି ରହିଛନ୍ତି। ଏଥିଲାଗି ତାଙ୍କୁ ୧୫ଦିନ ସମୟ ଲାଗିଥିବା ଈଶ୍ୱର କହିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖସମୃଦ୍ଧି, ସକଳ ମନସ୍କାମନା ପୂର୍ଣ୍ଣ ପାଇଁ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।